Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଧର୍ମେନ୍ଦ୍ରଙ୍କୁ ଉତ୍ତରାବଜାର ଓ ସାତଶଙ୍ଖ ଠାରେ ସଂବର୍ଦ୍ଧନା

 

ଜେ. ବି. ଏନ୍ ( ୦୯/୦୧ /୨୦୨୧)

ପିପିଲି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୀ ଗସ୍ତ ପରିପ୍ରେକ୍ଷୀରେ ଶନିବାର ପିପିଲିର ବିଜେପି ଦଳ ପକ୍ଷରୁ ତାଙ୍କୁ ଉତ୍ତରାବଜାର ଓ ସାତଶଙ୍ଖ ଠାରେ ବିପୁଳ ସ୍ୱାଗତ ସଂବର୍ଦ୍ଧନା ଦିଆଯାଇଛି। ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେପି ଯୁବମୋର୍ଚ୍ଚା ଓ ମହିଳାମୋର୍ଚ୍ଚାର କର୍ମୀ ଓ ସମର୍ଥକମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନଙ୍କୁ ପୁଲତୋଡା ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ବିଜେପି ଉପସଭାପତି ଜନ୍ମେଜୟ ଜେନା, ଜିଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ପୂର୍ବତନ ପିପିଲି ପୌର ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ, ବରିଷ୍ଠ ନେତା ସୁକାନ୍ତ ଦାଶ, ପୂର୍ବତନ ସରପଞ୍ଚ ପ୍ରଦୀପ ସାହୁ, ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ସରପଞ୍ଚ ଶୁଭାଶିଷ ରଥ, ପ୍ରଦୀପ ପାତ୍ର, ସୁଧିର ବିଶ୍ୱାଳ, ସୁଧାଂଶୁ ପରିଡ଼ା, ଶ୍ୱେତକୁମାର ନାୟକ, ଦେବପ୍ରସାଦ ତ୍ରୀପାଠୀ, ଯୁବନେତା ଗଦାଧର ପରିଡ଼ା, ବିଜୟରତ୍ନ ଜେନା, ଦେବୀ ପ୍ରସାଦ ମଲ୍ଲିକ, ଅକ୍ଷୟ ବେହେରା, ବିଜୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।