Warning : Attempt to read property "post_excerpt" on null in
/home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line
116
ମୋ ସ୍କୁଲ୍ ଅଭିଯାନର ବୈଠକ
(ଜେ. ବି. ଏନ୍) ୧୭ /୦୧ /୨୦୨୧ ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉ. ପ୍ରା. ବିଦ୍ୟାଳୟ ଗେଙ୍ଗୁଟିଆ ରେ ତା. ୧୫ /୦୧ /୨୦୨୧ ରିଖ ଦିନ ଶୁକ୍ରବାର ଦିବା ୩ ଘଟିକା ବୈଠକ ହୋଇଯାଇଅଛି। ଉକ୍ତ ବୈଠକରେ ସଦର ବ୍ଲକ ମୋ ସ୍କୁଲ୍ ସଂଯୋଜକ ଶଚୀ ସାହୁ ବ୍ଲୁ ଷ୍ଟାର୍ ସଂଯୋଜକ ରାଜେନ୍ଦ୍ର ସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଖୋଲଣା ସୁନ୍ଦରୀ ସାହୁ ଶିକ୍ଷୟିତ୍ରୀ ଅନିତା ସାହୁ, ରେବତୀ ଦିଦି ସମେତ ମୋ ସ୍କୁଲ୍ ଅଭିଯାନର ସଭାପତି ଶ୍ରୀ ପ୍ରଦୀପ କୁମାର ମଲ୍ଲିକ ଅନ୍ୟ ସଦସ୍ୟ ବିଜୟ ରାଉତ, ରବି କିଶୋର୍ ସାହୁ, ଅଜୟ ମଲ୍ଲିକ, କାନ୍ହୁ ମଲ୍ଲିକ ଅବସର ପ୍ରାପ୍ତ ଶିକ୍ଷକ ଯୁଧିଷ୍ଟିର ମଲ୍ଲିକ, ସଦସ୍ୟା ପ୍ରୀତି ମୟି ବେହେରା, ଉପସ୍ଥିତ ରହି ବୈଠକରେ ଅଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଦିନରେ ଅନ୍ୟ ପୁରାତନ ଛାତ୍ର ଛାତ୍ରୀ ଏହି ଅଭିଯାନରେ କିପରି ସାମିଲ ହେବେ ସଭାପତି ଉପସ୍ଥାପନା କରିଥିଲେ। ୨ୟତଃ ବିଦ୍ୟାଳୟ କୁ କିପରି ଭାବେ ସରସ ସୁନ୍ଦର କରିବ ପାଇଁ ପଦକ୍ଷେପମାନ ନିଆ ଯିବ ।୩ୟତଃ ବିଦ୍ୟାଳୟ ରେ ମେଧାବୀ ଛାତ୍ରଛାତ୍ରୀ ବାହାରିବେ ସେଥୀ ପ୍ରତି ଯତ୍ନବାନ୍ ହେବା ବିଦ୍ୟାଳୟକୁ ଶିକ୍ଷକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି ମତାମତ ଦେଇଥିଲେ। ପରି ଶେଷରେ ଅବସର ପ୍ରାପ୍ତ ଶିକ୍ଷକ ଯୁଧିଷ୍ଠିର ମଲ୍ଲିକ ଓ ସଭାପତି ପ୍ରଦୀପ କୁମାର ମଲ୍ଲିକ ବିଦ୍ୟାଳୟରେ ଶିକ୍ଷାଦାନ ରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏହା ସହିତ ସୋମ୍ ମେଡ଼ିସିନ୍ ଷ୍ଟୋର ମୋ ସ୍କୁଲ୍ ଅଭିଯାନର ସକ୍ରିୟ ସଦସ୍ୟ ବିଜୟ ରାଉତ ପିଲାଙ୍କର ବ୍ଲଡ୍ ଗ୍ରୁପ୍ ଓ ହେଲଥ ଚେକଅପ୍ କରିବା ପାଇଁ ମତାମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ। ଶିକ୍ଷୟିତ୍ରୀ ଶ୍ରୀମତୀ ଅନିମା ସାହୁ ଙ୍କ ମୋ ସ୍କୁଲ୍ ଅଭିଯାନର ଟିମ୍ ଲିଡର ରୂପେ ଦାୟିତ୍ବ ଦିଆଗଲା। ଆଗାମୀ ଦିନରେ ସତ୍ ପ୍ରତିଶତ ଫଳ ପ୍ରଦ ହେବ ପ୍ରଧାନ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରି ବୈଠକ କୁ ସମାପନ କରିଥିଲେ।
Post Views: 1
Post navigation