ଓଡ଼ିଶା ପତ୍ରକାର ସଙ୍ଘର ବନ୍ଧୁ ମିଳନ

ଜେ ବି ଏନ, ୧୭/୦୧ /୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), ଭୁବନେଶ୍ୱର/କେନ୍ଦ୍ରାପଡ଼ା : ଓଡ଼ିଶା ପତ୍ରକାର ସଙ୍ଘର ଜଗତସିଂହପୁର-କେନ୍ଦ୍ରାପଡା ଜିଲ୍ଲାର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପାରାଦୀପ ସ୍ଥିତ ଆମ୍ବେଦକର ସଭା ଗୃହରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସଂଘର ସଭାପତି ଶ୍ରୀଯୁକ୍ତ ଅବିନାଶ ମିଶ୍ର,ସମ୍ପାଦକ ରାମଦାସ ଲୀମା ଏବଂ ଉପ- ସଭାପତି ହର ପ୍ରସାଦ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ଉଦ୍ଘାଟନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ସଭାରେ ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ସାମ୍ବାଦିକ ଯୋଗ ଦେଇଥିଲେ।




