Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଆର କେ ସି ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ଜେ ବି ଏନ, ୧୭/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ପରଜଙ୍ଗ: ୧୭-୦୧-୨୦୨୧ ଆଜି କଲଦା ଗ୍ରାମ ପଞ୍ଚାୟତର ସୁଣ୍ଡିତଇଳା ଖେଳ ପଡିଆ ଠାରେ ଆର.କେ.ସି.ସି ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଂଟ ଫାଇନାଲ ମ୍ୟାଚ ରେ କନିଆବେଡା ଓ ଲିଙ୍ଗୀରକଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏହି ମ୍ୟାଚ ରେ ମୁଖ୍ୟ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ ସୁଖ ଦୁଃଖ, ବିକାଶ ପ୍ରଗତିର ସାଥି ସମସ୍ତଙ୍କର ଅତି ପ୍ରିୟ ଯୁବନେତା ଅସିତ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ) ଉଦଘାଟନ କରି କହିଥିଲେ, ଆପଣ ମାନେ ଦେଖନ୍ତୁ ଆଜିର ଦିନରେ କ୍ରିକେଟ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଏହି ଖେଳ ଲୋକପ୍ରିୟ, ସାଧାରଣ ଘରର ଯୁବକ ଟିଏ ମନ୍ଧ୍ୟ ଆଜି ଦେଶ ବିଦେଶରେ କ୍ରୀଡା କ୍ଷେତ୍ରରେ ଭାଗ ନେଇ ପାରୁଅଛନ୍ତି, ଏହା ସମସ୍ତଙ୍କର ଦୃଢ଼ ମନୋବଳ ଓ ଇଛାଶକ୍ତି ପାଇଁ ଆଜି ସେମାନେ ସଫଳତାର ଶିଖର ରେ ପହଞ୍ଚି ପାରିଛନ୍ତି।

ଆଜିର ଯୁବକ ବନ୍ଧୁ ମାନଙ୍କ ପାଇଁ କୌଣସି ଅସମ୍ଭବ ନୁହଁ ଆମେ ଚାହିଁଲେ ସବୁକିଛି ହୋଇ ପାରିବ, ରାଜ୍ୟ ସରକାର ସବୁବେଳେ କ୍ରୀଡା କ୍ଷେତ୍ରରେ ଗୁରୁତ୍ୱ ଦେଇ ଆସୁଅଛନ୍ତି ଏହାର ଆପଣ ମାନେ ଭରପୁର ସୁଯୋଗ ନିଅନ୍ତୁ ବୋଲି ମତ ରଖିଥିଲେ, ଆଜିର ମ୍ୟାଚରେ କନିଆବେଡା ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୦୬ ଉଇକେଟ ହରାଇ ୧୩୨ ରନ୍ କରିଥିବା ବେଳେ ଲିଙ୍ଗୀରକଟା ୧୩ ଓଭର ରେ ୦୬ ୱିକେଟ୍ ହରାଇ ୧୩୩ ରନ୍ କରି ବିଜୟ ଲାଭ କରିଥିଲା ।

ଉଭୟ ଦଳ କୁ ମୁଖ୍ୟ ଅତିଥି ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସମ୍ନ।ନିତ ଅତିଥି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ,ସରପଞ୍ଚ ଦିଲ୍ଲୀପ ବିଶ୍ୱାଳ ଏବଂ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିିଲେ।