Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କର୍ମଚାରୀ ସମାବେଶ ଅବସରରେ ଦାବି ପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି 

 

ଜେ ବି ଏନ, ବ୍ରହ୍ମପୁର, (ଟୁକୁନା ପ୍ରଧାନ, ୧୭.୦୧.୨୦୨୧)-: ବିଭାଗୀୟ କର୍ମଚାରୀମାନଙ୍କ ର ବିଭିନ୍ନ ସମସ୍ୟା ସମାଧାନ ଦୀର୍ଘ ଦିନ ହେଲା ହେଉ ନଥିବା ରୁ କର୍ମଚାରୀ ମାନଙ୍କ ସଙ୍ଗଠନ ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ କର୍ମଚାରୀ ସମାବେଶ ବ୍ରହ୍ମପୁର ସିଟି ହସ୍ପିଟାଲ ରୋଡ଼ ସ୍ଥିତ ଜୀବନ କ୍ଳବ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଖଣ୍ଡ ସମ୍ପାଦକ ଗୋପିନାଥ ସାହୁଙ୍କ ଆବାହକତ୍ବ ରେ ଅନୁଷ୍ଠିତ ଏହି ସମାବେଶରେ ରାଜ୍ୟ ଉପସଭାପତି ରବି କୁମାର ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି କବିରାଜ ସାହୁ ମୁଖ୍ୟ ଅତିଥି ଏବଂ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ମୁଖ୍ୟବକ୍ତା ଏବଂ ପୂର୍ବତନ ଖଣ୍ଡ ସମ୍ପାଦକ ପି . ନରସିଂହ ଦାସ ଯୋଗଦାନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।ପ୍ରାରମ୍ଭରେ ସଂଘ ର ପୂର୍ବତନ ସାଧାରଣ ସମ୍ପାଦକ ତଥା ଅନ୍ୟତମ ପ୍ରାଣ ପ୍ରତିଷ୍ଠତା ବିଶିଷ୍ଟ ଶ୍ରମିକ କର୍ମଚାରୀ ନେତା ଉମାକାନ୍ତ ଦାସ ଓ କାର୍ଯ୍ୟକାରୀ ସଭାପତି ମଥୁରୀ ଚରଣ ବିଶ୍ବାଳଙ୍କ ଦେହାନ୍ତ ରେ ନିରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏବଂ ସଂଘର ପ୍ରମୁଖ ଦାବି, ବିଭାଗୀୟ ଓ୍ବାର୍କଚାର୍ଯ କର୍ମଚାରୀ ମାନଙ୍କୁ ରେଗୁଲାର କରିବା’ ଏହି ଦାବିକୁ ପୂରଣ କରି ରାଜ୍ୟ ସରକାର ରେଗୁଲାର ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସରକାରଙ୍କୁ ବିଶେଷ ଭାବରେ ମୁଖ୍ୟମନ୍ତ୍ରୀ ଙ୍କୁ ହାର୍ଦ୍ଦିକ ସାଧୁବାଦ ଅର୍ପଣ କରାଯାଇଥିଲା। କିନ୍ତୁ ଦୀର୍ଘ ଦିନ ହେଲା ବିଭିନ୍ନ ପ୍ରମୁଖ ସମସ୍ୟା ସମାଧାନ କରିବା ରେ ବିଭାଗୀୟ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଥିବାରୁ ଉପସ୍ଥିତ କର୍ମଚାରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଦୃଢ଼ ପ୍ରତିବାଦ ପ୍ରକାଶ ପାଇଥିଲା ଏବଂ ଏହାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଙ୍କ ସମେତ କର୍ତ୍ତୃପକ୍ଷ ଙ୍କୁ ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

You missed