ଅନାବାଦୀ ଜମି ନେଇ କନ୍ଦଳ ଦୁଇ ଗୋଷ୍ଟି କନ୍ଦଳ କୁ ନେଇ ତହସିଲିଦାର ଙ୍କ ପାଖରେ ଅଭିଯୋଗ

ଜେ ବି ଏନ, ୩୦/୦୧ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲା ଅନ୍ତର୍ଗତ ଜଖପୁରା ଗ୍ରାମର ଏକ ଅନାବାଦୀ ଜମି ଯାହାର ଖାତା ନଂ ୧ ଓ ପ୍ଲଟ ନଂ ୧୪୮୪ ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଅସନ୍ତୋଷ ର ବାତାବରଣ ଦେଖାଦେଇଛି ଓ ଗୋଷ୍ଠୀ କନ୍ଦଳ ଜାରି ରହିଛି। ଉକ୍ତ ପ୍ଲଟ ସଂଲଗ୍ନ ପ୍ଲଟ ଯାହାର ନଂ ୧୫୦୧ ( ସ୍ଥିତିବlନ ) ଯେଉଁ ସରକାରୀ ଜମିକୁ ପ୍ରଫୁଲ୍ଲ ମହାରଣା ଓ ଗୌରାଙ୍ଗ ମହାରଣା ଯାହାଙ୍କ କହିବା ମୁତାବକ ଉକ୍ତ ଜମିକୁ ସେମାନେ ତାଙ୍କ ବାପ, ଜେଜେବାପା ଆବହମାନ କାଳରୁ ବ୍ୟବହାର କରି ଆସୁଛନ୍ତି। ଏବଂ ତାଙ୍କ ବାପା ଜେଜେବାପl ଙ୍କ ସମାଧି ସ୍ତିପିତ ମଧ୍ୟ ସେଠାରେ ରହିଛି । ବର୍ତ୍ତମାନ ଗ୍ରାମର ଜଣେ ଦୁଇଜଣ ଅସାଧୁ ବ୍ୟକ୍ତି ଉକ୍ତ ଜମିକୁ ଜୋର ଜବରଦସ୍ତ ଦଖଲ କରିବାକୁ ପ୍ରୟାସ ଜାରି ରଖିଛନ୍ତି ମଧ୍ୟ ତାଙ୍କ କହିବା ମୁତାବକ ଯଦି ଜମି ଟି ସରକାରୀ ଜମି ସରକାର ଦଖଲ କଲେ କିଛି ଆପତ୍ତି ନାହିଁ ମାତ୍ର ଭିତ୍ତିହୀନ ଭାବରେ ମୁଷ୍ଟିମେୟ ଵ୍ୟକ୍ତି ତାଙ୍କ ଜମି ହାତେଇବାକୁ ଚେଷ୍ଟା କରୁଥିବାରୁ ପ୍ରଫୁଲ୍ଲ ମହାରଣା ଦାନଗଦି ତହସିଲଦାର, ଯାଜପୁର Sp, ଯାଜପୁର ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ଆଜି ପ୍ରଫୁଲ୍ଲ ମହାରଣା ଦାନଗଦି ତହସିଲିଦାର ନମ୍ରତା ମୋଦି ଙ୍କ ପାଖକୁ ଆସ ଥିଲେ ତହସିଲିଦାର କହିଛନ୍ତି ଯେ ଯଥାଶୀଘ୍ର ତଦନ୍ତ କରି ସରକାରୀ ଜମିକୁ ସରକାରଙ୍କ ପାଖରେ ରହିବ ଗୋଷ୍ଠୀ କନ୍ଦଳ ର ବାତାବରଣ ଆଉ ଆସିବ ନାହିଁ ବୋଲି କହିଥିଲେ ତହସିଲିଦାର ନମ୍ରତା ମୋଦି l



