ଅନୁଗୋଳ ଜିଲ୍ଲାରୁ ୦୭ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୨୨୫୫ ରେ ପହଞ୍ଚିଲା – ସୁସ୍ଥ ହେଲେ ୧୧ ଜଣ

(ଜେ. ବି. ଏନ୍) ୩୦ /୦୧ /୨୦୨୧, (ସୁଶାନ୍ତ କୁମାର ସାମଲ), ଅନୁଗୋଳ : – ଆଜି ଅନୁଗୋଳ ଜିଲ୍ଲାରେ ୦୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ଆଜି ( ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩୪ ରେ ରହିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କୁ ମଧ୍ୟରେ ବଅଁରପାଳ ବ୍ଳକ ଅଞ୍ଚଳରୁ ୩ଜଣ ( ୧ଜଣ ପୁରୁଷ ଓ ୨ଜଣ ମହିଳା ) , ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୧ ଜଣ ( ୧ଜଣ ପୁରୁଷ ) , ଅନୁଗୋଳ ବ୍ଳକ ଅଞ୍ଚଳରୁ ୧ଜଣ ( ୧ଜଣ ମହିଳା ) , ତାଳଚେର ବ୍ଲକ ଅଞ୍ଚଳରୁ ୧ଜଣ ( ୧ ଜଣ ମହିଳା ) ଓ କିଶୋରନଗର ବ୍ଲକ ଅଞ୍ଚଳରୁ ୧ଜଣ ( ୧ ଜଣ ମହିଳା ଅଛନ୍ତି । ଆଜି କଣିହାଁ ବ୍ଲକ , ଅନୁଗୋଳ ପୌରାଞ୍ଚଳ , ତାଳଚେର ପୌରାଞ୍ଚଳ , ଆଠମଲ୍ଲିକ ବ୍ଲକ , ପାଳଲହଡା ବ୍ଳକ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଭୃତି ୬ଟି ଅଞ୍ଚଳରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୧୧ ଜଣ ଯାକ ହୋମ ଆଇସୋଲେସନ୍ ରେ ଥିବାର ଜଣାପଡିଛି ।



