Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅଗ୍ନିକାଣ୍ଡରେ ଦୁଇ ବଖରା ଗାଈ ଗୁହାଳ ନଷ୍ଟ

ଉପସ୍ଥିତ ବୁଦ୍ଧି ଖଟାଇ ଗୋମାତା ଙ୍କୁ ଉଦ୍ଧାର କଲେ ମାଲିକ

 

 

ଜେ. ବି. ଏନ୍, ରିପୋର୍ଟ, ସୁଶାନ୍ତ କୁମାର ସାମଲ, ( ୨୫/୦୨ /୨୦୨୧) ବଅଁରପାଳ : ବଅଁରପାଳ ବ୍ଲକ ନୂଆହତା ଗ୍ରାମ ପଞ୍ଚାୟତ ରେ ଡିହସାହି ରେ ଏକ ଅଗ୍ନି କାଣ୍ଡ ଘଟି ଦୁଇ ବଖରା ଗାଈ ଗୁହାଳ ପୋଡି ନଷ୍ଠ। ମାଳିକ ଙ୍କ ବୁଦ୍ଧି ଖଟେଇ ନିଜର ଗୋମାତାଙ୍କ ମୃତ୍ୟୁ କୁ ଅଟକାଇ ପାରିଥିଲେ। ଡିହସାହି ବାସିନ୍ଦା ଆଦିତ୍ୟ ପ୍ରଧାନ ନିଜ ଗୁହାଳରେ ପାଖା ପାଖି ୧୨/୧୪ ଟି ଗାଈ ରଖି ଗୋମାତାଙ୍କ ସେବା କରିବା ସହ ଏ ଅଞ୍ଛଲରେ କ୍ଷୀର ବେପାର କରନ୍ତି। ଆଜି ସନ୍ଧ୍ୟା ପ୍ରାୟ ୪.୩୦ ମି. ସମୟରେ ଗୋମାତାଙ୍କ ସେବା କରି ସାରି ଗୋମାତାଙ୍କ ଖାଦ୍ୟ ପାଇଁ ପାଣି ଗରମ କରୁଥିଲେ, କୌଣସି ପ୍ରକାର୍ ଅ ସାବଧାନତା ଲାଗୀ ପାଖରେ ଥିବା ଏକ ପୁଆଳ ଭାଡି ନିଆଁ ଲାଗିଯାଇଥିଲା। ଅଗ୍ନି କାଣ୍ଡ ଏତେ କ୍ଷିପ୍ର ବେଗରେ ବୃଦ୍ଧି ପାଇଥିଲା। ଏହା ଦେଖି ଆଦିତ୍ୟ ନିଜ ର ପୁଆଳ ଭାଡି ନ ବଞ୍ଚାଇ ନିଜ ଗୁହାଳ ରେ ବନ୍ଧା ହୋଇଥିବା ଗୋମାତାଙ୍କୁ ସଙ୍ଗେ ସଙ୍ଗେ ଖୋଲି ଘଟଣା ସ୍ଥଳ ରୁ ଭଗେଇ ଦେଇଥିଲେ। ଘଟଣା ସ୍ଥଳରେ ଦମ କଲ ବାହିନୀ ପହଁଚି ଅଗ୍ନି କାଣ୍ଡାକୁ ନିୟନ୍ତ୍ରଣ କରିଥିଲେ।

You missed