ଆଇ ସି ଟି ବିଦ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଜେ ବି ଏନ୍ ୨୫/୦୨/୨୦୨୧ (ରିପୋର୍ଟ ସୁବ୍ରତ ସାମଲ) ,ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡିଶା ଲକ୍ଷ୍ୟ ଲକ୍ଷ୍ୟ ହାଇ ସ୍କୁଲ ଛାତ୍ର ଛାତ୍ରୀ କମ୍ପୁଟର ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ତ ତସହିତ ଚାରି ହଜାର ଉଚ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ରୁ ବଞ୍ଚିତ ହୋଇ ବେକାର ହୋଇ ରହିଛନ୍ତି । ବର୍ତ୍ତମାନ ସମୟରେ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଛି । ଆଠ ସହ କୋଟି ଟଙ୍କା ରେ ବ୍ୟୟ ରେ ନିର୍ମିତ ଆ ଇ ସି ଟି ଲାଭ ଗୁଡିକ ମଧ୍ୟ ଅଚଳ ହୋଇ ନଷ୍ଟ ହେବାରେ ଲାଗିଛି । ଯାହା କି ଶିକ୍ଷା ବ୍ୟବସ୍ଥାରେ ଏକ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତମାନ ର ଶିକ୍ଷା ବ୍ୟବସ୍ଥା ଅନୁଯାୟୀ ଓଡ଼ିଶାର ସମସ୍ତ ବିଦ୍ୟାଳୟ ମାନଙ୍କରେ କମ୍ପୁଟର ର ଆବଶ୍ୟକତା ରହିଅଛି । ଛାତ୍ର ଛାତ୍ରୀ ମାନଙ୍କର ପାଠପଢ଼ା ଠାରୁ ଆରମ୍ଭ କରି ଉତ୍ତୀର୍ଣ୍ଣ ଯାଏ ସମସ୍ତ ତଥ୍ୟ ,ବିଭିନ୍ନ ମେଧାବୃତ୍ତି ପରୀକ୍ଷା ଏନୋରଲମେଣ୍ଟ , ମାଟ୍ରିକ ପରୀକ୍ଷା ଫର୍ମପୂରଣ, ଏଚେ ଆରେ ଏମ ଏସ, ଏସେ ଡି ଏମ ଆଇ ଏସ ମୋ ସ୍କୁଲ ଅଭିଯାନ , ସମସ୍ତ ପ୍ରକାର ଅଫିସ କାର୍ଯ୍ୟାଳୟ ଚିଠି ପତ୍ର ଇତ୍ୟାଦି କାର୍ଯ୍ୟ କମ୍ପୁଟର ଦ୍ୱାରା ଅନଲାଇନ ମାଧ୍ୟମରେ କରାଯାଇଥିଲା , ଏହା ସହିତ ଶିକ୍ଷାର ଉର୍ନତି ପାଇଁ ପ୍ରୋଜେକ୍ଟର ମାଧ୍ୟମରେ ପାଠ ବିଷୟ ଗୁଡିକୁ ଶିକ୍ଷା ଦିଆଯାଉଥିଲା , ତେଣୁ ସମସ୍ତ ଦୃଷ୍ଟିକୋଣ ରୁ ଦେବାକୁ ଗଲେ ବିଦ୍ୟାଳୟ ମାନଙ୍କରେ କମ୍ପ୍ୟୁଟର ଏକ ଅପରିହାର୍ଯ୍ୟ ଅଙ୍ଗ ଅଟେ । ଏଭଳି ଏକ ପରିସ୍ଥିତି ରେ ଦୀର୍ଘ ପାଞ୍ଚବର୍ଷ ଧରି ନିଷ୍ଠାପର ଭାବରେ , ଅତି ସ୍ଵଳ୍ପ ବେତନରେ ବିଦ୍ୟାଳୟରେ ସମସ୍ତ ପ୍ରକାର କାର୍ଯ୍ୟକରି ଆସିଥିବା ଚାରି ହଜାର ସ୍କୁଲ କୋଅର୍ଡିନେଟର କୁ ନିଯୁକ୍ତି ରୁ ବଞ୍ଚିତ କରିବା ନିଶ୍ଚିତ ଭାବେ ଏକ ପରିତାପର ବିଷୟ । ତେଣୁ ଆମର ଦାବି ହେଉଛି ।
ଦୀର୍ଘ ପାଞ୍ଚ ବର୍ଷ ଧରି ଆ . ଇ . ସି . ଟି ଇ -ବିଦ୍ୟାଳୟ ଯୋଜନା ରେ କାର୍ଯ୍ୟ କାରୀ ଆସିଥିବା ଚାରି ହଜାର ସ୍କୁଲ କୋଅର୍ଡିନେଟର କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ ।
2.ସମସ୍ତଙ୍କୁ ସ୍କୁଲ କୋଅର୍ଡିନେଟର ମାନଙ୍କୁ କୌଣସି ଘରୋଇ ସଂସ୍ଥା ହାତକୁ ଟେକି ନଦେଇ । ସରକାରୀ ସ୍ତରରେ ନିଯୁକ୍ତି ଦିଆଯାଉ ।
3.ଏହି ଆ.ଇ. ସି . ଟି ଇ – ବିଦ୍ୟାଳୟ ଯୋଜନାକୁ ଘରୋଇ କରଣ କରାନଯାଇ ସରକାରଙ୍କ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ କରାଯାଉ।ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ପାଠ୍ୟ କ୍ରମରେ କମ୍ପୁଟର ବିଷୟକୁ ବାଧ୍ୟତା ମୂଳକ କରାଯାଉ।ଓଡିଶା ର ସମସ୍ତ ଭଚ୍ଚ ବିଦ୍ୟାଳୟ ରେ ଏହି ଆ.ଇ.ସି.ଟି ଇ – ବିଦ୍ୟାଳୟ ଯୋଜନା କୁ କାର୍ଯ୍ୟକାରୀ କରାଯାଉ ଅତେବ , ଆମେ ଓଡ଼ିଶାର ନିଯୁକ୍ତି ହୋଇଥିବା ସମସ୍ତ ବିଦ୍ୟାଳୟ ସଂଯୋଜକ ଆପଣ ମାନଙ୍କ ନିକଟରେ ନିବେଦନ କରୁଅଛୁ ଯେ , ଚାରି ହଜାର ପରିବାର ର ଜୀବନ ଜିବିକା ଓ ଭବିଷ୍ୟତ କୁ ଦୃଷ୍ଟିପାତ କରି ଆମମାନଙ୍କର ପୁନଃ ନିଯୁକ୍ତି ନିମନ୍ତେ ଓଡିଶା ସରକାର ଓ ବିଭାଗୀୟ ପ୍ରଶାସନ ନିକଟରେ ଆମର ଦାବିକୁ ଇପସ୍ଥାପନା କରିବା ସହିତ ବିହିତ ସମାଧାନ କରିବା ନିମନ୍ତେ ପଦକ୍ଷେପ ନେବା ପାଇଁ ବିନୀତ ଅନୁରୋଧ କରୁଅଛୁ । ଏହା କଲେ , ଆମ୍ଭେ ଆପଣଙ୍କ ନିକଟରେ ଏକ ସଂଘ ସଦା ସର୍ବଦା ଚିରକୃତଜ୍ଞ ରହିବୁ।




