ପୋଲିସ ପାଟ୍ରୋଲିଂ ବେଳେ ଭାଙ୍ଗ ସହ ଅଟୋ ଜବତ,୨ ଗିରଫ

ଜେ ବି ଏନ, ୨୭/୦୨ /୨୦୨୧, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର -: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଲିଢ଼ାବା ଛକ ଲୁହଶଙ୍ଖ ନିକଟରେ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ ଏକ ଅଟୋ (ଓଡ଼ି ୩୩ ଟି ୧୭୦୧) ଯୋଗେ ଚୋରା ଭାଙ୍ଗ ଚାଲାଣ ହେଉଥିବା ଖବର ପାଇଥିଲା | ପୋଲିସ ଗାଡି କୁ ପିଛା କରିବା ସହ ଗାଡିଟିକୁ ଅଟକ ରଖି ସେଥିରେ ଥିବା ପାଞ୍ଚଟି ବ୍ୟାଗ ରୁ ୧୮୫ କିଗ୍ରା ୫୦୦ ଗ୍ରାମ ଭାଙ୍ଗ ଜବତ କରିବା ସହ ଅଟୋ ଡ୍ରାଇଭର ସମେତ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିଛି |କୋଦଳା ଥାନା କେଶ ନମ୍ବର ୫୩/୨୦୨୧ ରେ ଗିରଫ ହୋଇଥିବା ଥିବା ବ୍ୟକ୍ତି ହେଲେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଚାଳିଶିବାଟିଆ ଗ୍ରାମର ବିଶ୍ୱନାଥ ସ୍ୱାଇଁ (୫୦) ଓ ଅଟୋ ଡ୍ରାଇଭର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ସିଙ୍ଗହୀପୁର ଗ୍ରାମର ଅଜୟ ପ୍ରଧାନ (୨୪) | ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, କୋଦଳା ଥାନା ଏସଆଇ ଅନିଲ ସାହୁ,କନଷ୍ଟେବଳ ଅଭିମନ୍ୟୁ ବେହେରା,ବି.କେ ପାତ୍ର ଓ ରଜନୀକାନ୍ତ ସେଠୀ ପ୍ରମୁଖ ଏହି ଚଢ଼ାଉ ବେଳେ ଉପସ୍ଥିତ ଥିଲେ |ଉଭୟ ଙ୍କୁ ଦଫା ୫୨(ଏ) ଅବକାରୀ ଅଧିନିୟମ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିବା ନେଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ସୂଚନା ଦେଇଛନ୍ତି।



