ନିର୍ମାଣ ହେବ ୨୦ଟି ସାଇନ୍ସ ପାର୍କ , ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଜେ ବି ଏନ, ୨୭/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ନାୟକ), ଭୁବନେଶ୍ବର : ରାଜ୍ୟରେ ୨୦ଟି ସାଇନ୍ସ ପାର୍କ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି , ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ଟି ନିର୍ମାଣ ହେବ । ଗୋଟିଏ ସାଇନ୍ସ ପାର୍କ କରିବା ପାଇଁ ୩୦ ମାସ ସମୟ ଲାଗିବ । ତେବେ ୩୦ଟି ଜିଲ୍ଲାରେ ୩୦ଟି ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ସମସ୍ତ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ସ୍ଥାନୀୟ ପୌର ସଂସ୍ଥାକୁ ହସ୍ତାନ୍ତର କରାଯିବ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୁଇଟି ପ୍ଲାନେଟରିୟମ କାର୍ଯ୍ୟକ୍ଷମ ରହିଛି । ସେହିଭଳି ବାରିପଦା , କେନ୍ଦୁଝର , ଗୋପାଳ ପୁରୀ , ଓ ରାୟଗଡାରେ ପ୍ଲାନେଟୋରିୟମ କରିବା ପାଇଁ ପାଇପ ଲାଇନରେ ରହିଛି । ଅତୀତରେ ରାଉରକେଲା ପ୍ରକଳ୍ପ ପାଇଁ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗୀରରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବୋଲି ଗୃହରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।



