Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଶଙ୍କର ହୋଟେଲରେ ବ୍ରହ୍ମପୁର ଅସ୍ଥି ଶଲ୍ୟ ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ 

ବ୍ରହ୍ମପୁର, ରିପୋର୍ଟ, ଟୁକୁନା ପ୍ରଧାନ), ( ୨୭.୦୨.୨୦୨୧) -: ବ୍ରହ୍ମପୁର ଅସ୍ଥି ଶଲ୍ୟ ମଞ୍ଚର ସାଧାରଣ ବୈଠକ ରାମଲିଂଗମ ରୋଡସ୍ଥିତ ହୋଟେଲ ଶଂକର ଭବନର ବୈଠକ ଗୃହରେ ସଂପାଦକ ଡା.ସଂକର୍ଷଣ ପାତ୍ର ଙ୍କ ଦ୍ବାରା ପରିଚାଳିତ ଏହି ସଭାରେ ଡା.ପ୍ରଫେସର ଅବନି କାନ୍ତ ମିଶ୍ର ପୌରହିତ୍ୟ କରିଥିଲେ । ପ୍ରଭୁ ଜଗନ୍ନାଥ ଙ୍କ ସମିପରେ ପ୍ରଦୀପ ପ୍ରଜ୍ବଳନ କରି ଏହି ବୈଠକ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଥିଲା । ସଭାପତି ଅଭିଭାଷଣରେ ଦୀର୍ଘ ଏକ ବର୍ଷ ବ୍ୟବଧାନରେ ଆନୁଷ୍ଠିତ ଏହି ବୈଠକ କୁ ସମସ୍ତକୁ ସ୍ବାଗତ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଡା.ସଂକର୍ଷଣ ପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ ଏଥିରେ ଆଗାମି ବର୍ଷର ଜନହିତକର ଓ ବୌଧିକ କାର୍ୟ୍ଯକର୍ମ, ଓ ବାର୍ଷିକ ଉତ୍ସବ ବିଷୟରେ ଆଲୋଚନା କରାଯାଇଥିଲା । ବୌଧିକ କାର୍ୟ୍ଯକ୍ରମରେ ଡା.ସମ୍ବିତ କୁମାର ପଣ୍ଡା ସଂମ୍ପୁର୍ଣ୍ଣ ନିତମ୍ବ ଗ୍ରନ୍ଥି ପ୍ରତିରୋପଣ ଉପରେ ଆଲାକପାତ କରିଥିଲେ। ଉପସ୍ଥିତ ସଭ୍ୟ ମାନେ ବୌଧିକ ଚର୍ଚ୍ଚାରେ ସକ୍ରିୟ ଭାଗ ନେଇ ନିଜ ନିଜର ବିଚାର ଉପସ୍ଥାପନା କରିଥିଲେ। ଡା.ଅଶୋକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଜାତୀୟ ସଂଗୀତ ଗାନପରେ ସଭା ସାଂଗ ହୋଇଥିଲା ।