Warning : Attempt to read property "post_excerpt" on null in
/home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line
116
ଚାକିରି ଦେବା ନାମରେ ଠକେଇ, ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଦୈନିକ ଖବରକାଗଜ ରେ ବିଜ୍ଞାପନ ଦେଇ ଚାକିରୀ ନାମରେ ଠକେଇ ଅଭିଯୋଗ ଅଭିଯୋଗ
(ଜେ. ବି. ଏନ୍ /ସୁଶିଲ କୁମାର ଆଇଚ) ୨୭/୦୨ /୨୦୨୧ ଅନୁଗୁଳ :ଅନୁଗୋଳ ଜିଲ୍ଲା ରେ ଚାକିରି ଦେବା ନାମରେ ଠକେଇ ଅଭିଯୋୋଗ ନେଇ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ୍ ସୂଚନା ମୁତାବକ , ଗତବର୍ଷ ୫ /୧୨/୨୦୨୦ ତାରିଖ ଦିନ ଏକ ଦୈନିକ ଖବରକାଗଜରେ ଧରିତ୍ରୀ ପେଯ ନମ୍ବର ୬ ରେ ଏକ ନିଯୁକ୍ତି ବିଜ୍ଞାପନ ବାହାରିଥିଲା । ସେଥିରେ ଓଡ଼ିଶାର ବିଭିନ୍ନ ଶିଲ୍ପାଞ୍ଚଳ ସୁନ୍ଦରଗଡ଼ , କେନ୍ଦୁଝର ଝାରସୁଗୁଡା , ଅନୁଗୁଳ , ଢେଙ୍କାନାଳ ଓ କଟକ ପାଇଁ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ପ୍ରାର୍ଥୀ ଆବଶ୍ୟକ ବୋଲି ବିଜ୍ଞାପନ ଦିଆଯାଇଥିଲା । ବିଜ୍ଞାପନ ପଢ଼ି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଅଞ୍ଚଳର ପାଦଲ୍ ଧର୍ମା ରାଓ ନିଜ ପୁଅ ପାଇଁ ଚାକିରି ଆବେଦନ କରିଥିଲେ । ଆବେଦନ ଫର୍ମକୁ ବିଜ୍ଞାପନରେ ଦିଆଯାଇଥିବା ଇମେଲକୁ ପଠାଇଥିଲେ । ଏହାର କିଛି ସମୟ ପରେ ଏକ ମୋବାଇଲ ନମ୍ବରରୁ ତାଙ୍କ ପାଖକୁ ଫୋନ୍ ଆସିଥିଲା । ପଞ୍ଜୀକରଣ ପାଇଁ ୫୨ ହଜାର ଟଙ୍କା ଦେବାକୁ ହେବ ବୋଲି କୁହାଯାଇଥିଲା । ପୁଅ ର ଚାକିରି ପାଇଁ ପାଦଲ ଧର୍ମା ରାଓ ଫୋନ୍ ପେ ‘ଜରିଆରେ ୫୨ ହଜାର ଟଙ୍କା ପଠାଇଥିଲେ । ଟଙ୍କା ପଠାଇବା ପରେ ନିଯୁକ୍ତି ପତ୍ର ମାଗିବାରୁ ତାଙ୍କ ଫୋନ୍ କାଟି ଦେଇଥିଲେ । ଠକେଇର ଶିକାର ହୋଇଥିବା ଜାଣିବା ପରେ ଅନୁସନ୍ଧାନ କରି ଏକ ଅନୁଗୁଳ ଜିଲ୍ଲାରୁ ବୋଲି ଜାଣିବାକୁ ପାଇଥିଲେ । ପରେ ପାଦଲ ଧର୍ମା ରାଓ ଏନେଇ ଅନୁଗୁଳ ଏସ୍ପିଙ୍କ ପାଖରେ ଅଭିଯୋଗ କରିଥିଲେ । ଏସ୍ପି ଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ଅନୁଗୁଳ ଥାନା ପୁଲିସ କେଶ ନମ୍ଵର୍ ୧୧୪/୨୬.୦୨.୨୦୨୧ u/s ୪୨୦/୩୪ IPC ଏକ ମାମଲା ରୁଜୁ କରି କରିଥିଲା । ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ ନିଜେ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ । ଗିରଫ ଅଭିଯୁକ୍ତ ଅନୁଗୁଳ ରାଜକିଶୋରପଡ଼ା ରଞ୍ଜନ କୁମାର ତ୍ରିପାଠୀ (୩୦)ନୃସିଂହ ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ ମିତାଲି ତ୍ରିପାଠୀ(୨୭) ଏବଂ ରେଙ୍ଗାଳି ଥାନା ଇଲାକାର ରଞ୍ଜନ କୁମାର ସାହୁ ( ୩୦)ପିତା ଗତିକୃଷ୍ଣ ସାହୁ ।ଶୁକ୍ରବାର ତିନି ଅଭିଯୁକ୍ତଙ୍କୁ ଅନୁଗୁଳ ପୁଲିସ କୋର୍ଟଚାଲାଣ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ ୩ ଟି ବ୍ୟାଙ୍କ ପାସବୁକ , ୩ ଟି ଏଟିଏମ କାର୍ଡ , ୩ ଟି ମୋବାଇଲ ଫୋନ , ପ୍ୟାନ କାର୍ଡ , ଆଧାର କାର୍ଡ ଏବଂ ଗୋଟିଏ ମୋଟରସାଇକେଲ ଜବତ କରିଛି ।
Post Views: 3
Post navigation