Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଗୋଲାମୁଣ୍ଡା, ବିବାହିତ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ 

 

 

ଜେ ବି ଏନ, ୦୬/୦୩ /୨୦୨୧, (ରିପୋର୍ଟ, ମହେନ୍ଦ୍ର ଦାସ), ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ କନକପୁର ଗ୍ରାମ ଜଙ୍ଗଲ ନିକଟରୁ ବିବାହିତ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ! କୋଣସି ସୂତ୍ରରୁ କେଗାଁ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତକରି ତଦନ୍ତ ଜାରିରଖିଛି । ମୃତ୍ ମହିଳା ଜଣକ କନକ ପୁର ଗ୍ରାମର ଶ୍ୟାମସୁନ୍ଦର ନାଏକଙ୍କ ସ୍ତ୍ରୀ ପ୍ରିୟଙ୍କା ନାଏକ ବୋଲିଜଣାପଡିଛି । ତେବେ କେଉଁ କାରଣରୁ ଏହି ଘଟଣା ଘଟିଲା ଅସ୍ପଷ୍ଟ ଥିବା ବେଳେ ପୋଲିସ ପ୍ରାଥମିକ ତଦନ୍ତରେ ପେଟ୍ରୋଲରେ ପୋଡି ହୋଇ ମହିଳା ମୃତ୍ୟୁ ବରଣ କରିଥିବl ପୋଲିସ ସନ୍ଧେହ କରୁଛି । ପ୍ରିୟଙ୍କାର ବାପା ମଙ୍ଗନିଆ ରଣା କେଗାଁଥାନାରେ ପେଟ୍ରୋଲ ଢାଳି ମାରିଦେଥିବା ଅଭିଯୋଗ କରିଛନ୍ତି !ପୋଲିସ ସାଇଣ୍ଟିଫିକ ଟିମ ଅପେକ୍ଷାରେ ଅଛି ! ସାଇଣ୍ଟିଫିକ ଟିମ ଆସିଲା ପରେ ଶବବ୍ୟବଛେଦ ପାଇ ପଠାଇବେ ବୋଲି କେଗାଁ ଆଇ ଆଇ ସି ଶ୍ରୀଯୁକ୍ତ ଡି ପରଜା ସୂଚନା ଦେଇଛନ୍ତି !ପ୍ରିୟଙ୍କା ବାପା ଓ ଭାଇ ଯୋଜନା ବଧଭାବେ ହତ୍ୟା କରାଯାଇଛି ବୋଲି ମେଡିଆ ସମ୍ମୁଖରେ ପ୍ରକାଶ କରିଛନ୍ତି ।

You missed