ଭର୍ଚୁଆଲ ମୋଡ୍ ରେ ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳନ

ଜେ. ବି. ଏନ୍ (୦୬/୦୩ /୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ବିଶ୍ଵ ବନ୍ୟ ପ୍ରାଣୀ ଦିବସ ଭର୍ଚୁଆଲ ମୋଡ୍ ରେ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମାର୍ଚ୍ଚ ମାସ ଚାରି ତାରିଖରେ ପାଳନ ହୋଇଥିଲା।
ଏହି ଅବସରରେ ମାର୍ଚ୍ଚ ମାସ ଛଅ ତାରିଖ ଦିନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଭର୍ଚୁଆଲ ମୋଡ୍ ରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବନ୍ୟ ପ୍ରାଣୀ ସୁରକ୍ଷା , ପ୍ରକ୍ରୁତି ରକ୍ଷା, ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ପୁରାଣରେ ଦେବ ଦେବୀ ମାନେ ବ୍ୟବହାର କରୁଥିବା ପଶୁ ପକ୍ଷୀ ଙ୍କୁ , ସେମାନଙ୍କ ବାହନ ବିଷୟରେ ଆଲୋଚନା କରିଥିଲେ। ବର୍ତମାନ ପରିସ୍ଥିତି ରେ ଯଦି ଆମେ ସମସ୍ତେ ବନ୍ୟ ପ୍ରାଣୀ ଙ୍କୁ ସୁରକ୍ଷା ନ ଦେବା ତାହେଲେ ପ୍ରୁଥିବୀ ରେ ଅଂଶୁଘାତରେ ଅନେକ ଲୋକ ହଇରାଣ ହେବା ସହ ଅନାବ୍ରୁଷ୍ଟି ର ସମ୍ମୁଖୀନ ହେବେ ବୋଲି ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଶିକ୍ଷକ ସମାଜ ଓ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ।
ଏହି କାର୍ଯ୍ୟକ୍ରମ ରେ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭର୍ଚୁଆଲ ମୋଡ୍ ରେ ଅଂଶ ଗ୍ରହଣ କରିଥିଲେ



