Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଭିନ୍ନ ସଙ୍ଗଠନ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ , (ବ୍ରହ୍ମପୁର ( ୧୫.୦୩.୨୦୨୧) -: ରେଳବାଇ ବ୍ୟାଙ୍କ ଓ ବୀମା ସମେତ ଜାତୀୟ ସମ୍ପତ୍ତି ବିକ୍ରି ବନ୍ଦ କର । ,ପେଟ୍ରୋଲ ,ଡିଜେଲ ଓ ଇନ୍ଧନ ଗ୍ୟାସର ଦର ହ୍ରାସ କର ଓ ବ୍ରହ୍ମପୁରରୁ ଭୁବନେଶ୍ୱର ଓ କଟକ ମଧ୍ୟରେ ଚାଲୁଥିବା ପାସେଞ୍ଜେର ଟ୍ରେନ ଗୁଡିକୁ ଅତିଶୀଘ୍ର ଚାଲୁକର ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ। ଆଜି CITU, AITUC, INTUC,HMS ଓ AIUTUC ପକ୍ଷରୁ ଜାତୀୟ ସମ୍ପତ୍ତି ବିକ୍ରି ଓ ଦରବୃଦ୍ଧି ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ ପରିପ୍ରେକ୍ଷୀରେ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଜିର ଏହି କାର୍ୟ୍ୟକ୍ରମରେ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ପଞ୍ଚାନନ ଜେନା, ସୌରାଷ୍ଟ୍ର ବାଡତୀୟା ,ପ୍ରଶାନ୍ତ ପାଟଯୋଶୀ,ପ୍ରକାଶ ପାତ୍ର, କାମଦେବ ନାହାକ, ଭୋକାଲି ସେଠୀ, ସୋମନାଥ ବେହେରା ,ଏବଂ କୃଷକ ନେତା ବସନ୍ତ ନନ୍ଦ ଓ ଗୋପାଳ ପାଣିଗ୍ରାହୀ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।