Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଗଞ୍ଜାମ ଜିଲ୍ଲାପାଳ ଙ୍କ ବିଭିନ୍ନ ପଞ୍ଚାୟତ ଗ୍ରସ୍ତ 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର (୧୫.୦୩.୨୦୨୧)-: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ କୁକୁଡ଼ାଖଣ୍ଡି ବ୍ଳକ୍ ଅନ୍ତର୍ଗତ ଲୋଚାପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ ରେ

ଆସି କୁକୁଡାଖଣ୍ଡି ବ୍ଲକର ୫ଟି ପଞ୍ଚାୟତ ଗ୍ରସ୍ତକରି ପଞ୍ଚାୟତ ହାଲଚାଲ ବୁଝିଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗ ଲୋକଙ୍କ ସମସ୍ୟା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟତଦାରଖ କେଉଁଭଳି ଚାଲିଛି ତାହା ଗ୍ରାମାଞ୍ଚଳ ରେ ଵୁଲି ଦେଖିଥିଲେ । ନିମଖଣ୍ଡି ଉଚ୍ଚବିଦ୍ୟାଳୟ ମଧ୍ୟ ଗ୍ରସ୍ତ କରିଥିଲେ ସେଠାରେ ନୂତନ ଭାବେ ହେବା କୁ ଥିବା ସ୍ମାର୍ଟ କ୍ଲାସ ଉପରେ ପ୍ରଧାନଶିକ୍ଷକ ଙ୍କ ସହ ଆଲୋଚନା କରିଥିଲେ । ସେହିପରି ଗୁରୁଣ୍ଠି,ହୁଗୁଳାପଟ୍ଟା,ବୋରିଗାଁ,ନିମଖଣ୍ଡି, ଲୋଚାପଡ଼ା ପଞ୍ଚାୟତ ପରିଦର୍ଶନ କରିଥିଲେ ଏବଂ ନୂତନ ଭାବେ ନିର୍ମାଣ ହୋଇଥିବା ଲୋଚାପଡା ପଞ୍ଚାୟତ ପ୍ରଥମେ ଦେଖି ଖୁସୀ ବ୍ୟକ୍ତ କରିଥିଲେ ଜିଲ୍ଲାପାଳ। ସରପଞ୍ଚ ମିନତୀ ବେହେରା ଙ୍କୁ ପ୍ରଶଂସା କରିଥିଲେ ଏବଂ ଉପସ୍ଥିତ କୁକୁଡାଖଣ୍ଡି ବିଡ଼ିଓ ଙ୍କୁ ଏହି ପଞ୍ଚାୟତ ର ସୌନ୍ଦର୍ଯ୍ୟ ଆଗକୁ ନେବା ସହ ଆଦର୍ଶ ଭାବେ ଗଢି ତୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ତହସିଲଦାର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର, ସହକାରୀ ଯନ୍ତ୍ରୀ ସୁଜିତ କୁମାର ଟହଲ ,କନିଷ୍ଠ ଯନ୍ତ୍ରୀ ପଦ୍ମିନୀ ବେହେରା ସମେତ ସରପଞ୍ଚ ଙ୍କ ପ୍ରତିନିଧି ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

You missed