ଚିକିତ୍ସା ରେ ଅବହେଳା ଯୋଗୁଁ ଉତେଜନା

ଜେ. ବି. ଏନ୍ (୧୫/୦୩ /୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି, ଢେଙ୍କାନାଳ :ଆଜି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ତ୍ରୁଟି ପୂ୍ରଣ ଚିକିତ୍ସା ହେତୁ ଏକ ଜୀବନ ଯାଉ ଯାଉ ରହିଗଲା। ଆଜି ସନ୍ଧ୍ୟା ୫.୩୦ ବେଳେ ଜଣେ ବିଷପାନ କରିଥିବା ମହିଳା ପ୍ରତିମା ପଣ୍ଡା ( ଵାଶୁଦେବ ପୁର, ଆଠଗଡ଼) ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେତୁ ଆସିଥିଲେ। କିନ୍ତୁ ତାଙ୍କର ଉଚିତ୍ ଚିକିତ୍ସା କରାଯାଇ ନଥିଲା। ଏହା ପରେ ବିଜେପି ଯୁବମୋର୍ଚ୍ଚା ବିଜେପି ଯୁବମୋର୍ଚ୍ଚା (ନଗରମଣ୍ଡଳ) ସଭାପତି ସଙ୍କଳ୍ପ ଦାସ, ଦେବୀ ପ୍ରସାଦ ବେହେରା, ଦିପ୍ତିସ୍ ଦଳେଇ, , ବିଶ୍ୱଜିତ୍ ବେହେରା, ବିଶ୍ୱଜିତ୍ ପଣ୍ଡା, ଆଶିଷ କୁମାର ଲେଙ୍କା, ଭବାନୀ ଶଙ୍କର ଦାସ, ମନୋଜ ମହାପାତ୍ର,ପିଙ୍କୁ ମଲ୍ଲିକ, ନରେଶ ମଲ୍ଲିକ , ଇତ୍ୟାଦି ଯୁବମୋର୍ଚ୍ଚା କର୍ମୀ ସେଠାରେ ପହଞ୍ଚି ଢେଙ୍କାନାଳ CDMO ଙ୍କ ପାଖକୁ ଫୋନ କରିଥିଲେ କିନ୍ତୁ ତାଙ୍କ ଫୋନ ନଲାଗିବାରୁ ADMO ଙ୍କ ପାଖକୁ ବାରମ୍ବାର ଫୋନ କରିଥିଲେ , କିନ୍ତୁ ସେ ଫୋନ ନ ଉଠାଇ ବାରୁ ତାଙ୍କର ଚିକିତ୍ସା ନିମିତ୍ତ ଦାବି କରିଥିଲେ। ଏହା ପରେ ପ୍ରସୁତୀ ବିଭାଗ ର ଡାକ୍ତର ଜଣେ ଆସି ତାଙ୍କ ଚିକିତ୍ସା କରିଥିଲେ କିନ୍ତୁ ତାଙ୍କ ଦେହ ଅଧିକ ଖରାପ ହେବାରୁ ଡାକ୍ତର ତାଙ୍କୁ କଟକ ପଠାଇବା ପାଇଁ କହିଥିଲେ। ଏହା ପରେ ବିଜେପି ଯୁବମୋର୍ଚ୍ଚା କର୍ମୀ ମାନେ ଆମ୍ବୁଲାନ୍ସ ଡାକି ତାଙ୍କୁ କଟକ ପଠାଇଲେ। ଏହି ଭଳି ତ୍ରୁଟି ଯୁକ୍ତ ଚିକିତ୍ସା ହେତୁ ଆଉ କେତେଦିନ ରୋଗୀମାନେ ହଇରାଣ ହେଉଥିବେ l ଏହାର ଜବାବ ମାଗୁଛି ବିଜେପି l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
