Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଶ୍ବ ଉପଭୋକ୍ତା ଅଧ୍ବକାର ଦିବସ ପାଳିତ

 

ଖାଉଟି ମାନେ ଗୁଣବତ୍ତା ଓ ପରମାଣ ତଦାରଖ ସହ ରସିଦ ସଂଗ୍ରହ କରନ୍ତୁ ଅତିରିକ୍ତ ଜିଲ୍ଲାପାଳ

 

 

ଜେ ବି ଏନ, ୧୫/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ବିଶ୍ୱ ଊପଭୋକ୍ତା ଅଧିକାର ଦିବସ -୨୦୨୧, ଆଜି ପୂର୍ବାହ୍ନରେ ଅନୁଗୋଳ ସ୍ଵୟଂଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଦିବସ ପାଳନର ଉଦ୍ଦେଶ୍ୟ ଓ ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ । ଖାଉଟିମାନେ କୌଣସି ଦ୍ରବ୍ୟ କ୍ରୟ ସମୟରେ ତାର ଗୁଣବତ୍ତା ଓ ପରିମାଣ ତଦାରଖ କରିବା ସହିତ ରସିଦ ସଂଗ୍ରହ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଡି ସି ଡି ଆର ଏଫ୍ ର ସଭାପତି ଶ୍ରୀ କଲ୍ୟାଣ କିଶୋର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜିଲ୍ଲା ଖାଉଟି କମିଶନର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିବା ସହିତ ବିଭିନ୍ନ ପ୍ରକାର ଠକାମିରୁ ବଞ୍ଚିବା ପାଇଁ ହେଲେ ଖାଉଟି ମାନଙ୍କୁ ନିଜ ଅଧିକାର ସମ୍ପର୍କରେ ସଚେତନ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଶ୍ରୀନିବାସ ମିଶ୍ର , ଅନୁଗୋଳ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ . ବିଶ୍ବ କିଶୋର ରାଜ୍ , ବରିଷ୍ଠ ଆଇନଜୀବୀ ଶ୍ରୀ ରୁଚିର କୁମାର ପାଣିଗ୍ରାହୀ , ଏସିଏଲ ଏମ ଶ୍ରୀ ନିବାସ ଚନ୍ଦ୍ର ପାତ୍ର , ଅଧ୍ୟାପକ ଡ . ଅଭିମନ୍ୟୁ ଦାସ ପ୍ରମୁଖ ସମ୍ମାନୀତ ଅତିଥ ଭାବେ ଯୋଗ ଦେଇ ଖାଉଟି ମାନେ ଜାଗ୍ରତ ହେଲେ ଜାଗରଣ ସୃଷ୍ଟି ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଅତିଥିମାନେ ନିଜ ନିଜ ବିଭାଗର କାର୍ଯ୍ୟକାରିତା , ଖାଉଟିର ଅଧିକାର ଓ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମାତ୍ର ଆଲୋକର ସମ୍ପାଦକ ଶ୍ରୀ କେଦାର ବିଶୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଆଇନଜୀବୀ ଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ ।

You missed