Warning : Attempt to read property "post_excerpt" on null in
/home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line
116
ନିଷ୍ଟୁର ହେଲା ମା
ରାଜରାସ୍ତା ପାର୍ଶ୍ଵ ରେ ଗଡିଲା ଦୁଇଟି ନବଜାତ ଶିଶୁ ମୃତଦେହ
(ଜେ ବି ଏନ /ସୁଶାନ୍ତ କୁମାର) Breaking News ଅନୁଗୋଳ : ନିଷ୍ଠୁର ହେଲା ମା ।ରାସ୍ତାକଡରୁ ୨ଟି ନବଜାତ ଶିଶୁ ମୃତଦେହ ଉଦ୍ଧାର ହୋଇଛି ।
ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର ଉପରସାହି ନିକଟ ରାସ୍ତା କଡ଼ର ଏକ ଅଳିଆ ଗଦା ନିକଟରୁ ଦୁଇ ନବଜାତ ମୃତ ଶିଶୁ ଉଦ୍ଧାର। ଆଜି ସକାଳେ ସ୍ଥାନୀୟ ଲୋକମାନେ ଦେଖିଥିଲେ ରାସ୍ତା କଡ଼ ଅଳିଆ ଆବର୍ଜନା ଭିତରେ ଦୁଇ ନବଜାତ ଶିଶୁ ମୃତ ଦେହ ପଡ଼ିଥିବାର। ଉଭୟ ଶିଶୁଙ୍କର ଦେହ କ୍ଷତାକ୍ତ ହେବା ସହିତ କୌଣସି ଯିବ ଜନ୍ତୁ ଶରୀର କିଛି ଅଂଶକୁ ଖାଇ ଦେଇଥିବା ଦେଖିବାକୁ ମିଳିଥିଲା।ମୃତ ଦୁଇ ଶିଶୁକୁ ଦେଖିବାକୁ ସ୍ଥାନୀୟ ତଥା ରାସ୍ତା ଦେଇ ଯାଉଥିବା ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା। କେହି ମୃତ ନବଜାତ ଶିଶୁ ଜନ୍ମ କରି ରାସ୍ତା କଡ଼ ଅଳିଆ ଗଦାକୁ ଫିଙ୍ଗି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ପ୍ରାୟ ସାତ ମାସର ଗର୍ଭସ୍ଥ ଶିଶୁ ବୋଲି ଜଣାପଡ଼ିଛି। ମହୀଧରପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Post Views: 1
Post navigation