ପକ୍କା ଘର ଓ ବି.ପି.ଏଲ ଲାଇନ୍ ପାଇଁ ଆଜି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ

ଜେ ବି ଏନ, ୧୬/୦୩/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ଜାମୁଣ୍ଡା ଗ୍ରାମର ମମତା ନାଏକ ପକ୍କା ଘର ଓ ବି.ପି.ଏଲ ଲାଇନ୍ ପାଇଁ ଆଜି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିବାର ଦୃଶ୍ୟା ସାମ୍ନା କୁ ଆସିଥିଲା । ଜାମୁଣ୍ଡା ଗ୍ରାମର ମମତା ନାଏକଙ୍କ ସ୍ଵାମୀ ମୂଲ ଜରୁରୀ କରି ତାଙ୍କ ପରିବାର ପୋଷଣ କରନ୍ତି ଖରା, ବର୍ଷା, ଶୀତ ରୁ ତ୍ରାହି ପାଇବା ପାଇଁ ପକ୍କା ଘର ଖଣ୍ଡିଏ ପାଇଁ ଜାମୁଣ୍ଡା ସରପଞ୍ଚ ଓ ଅନୁଗୋଳ ବିଡିଓ ଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ବି ମଧ୍ୟ ପକ୍କା ଘର ଓ ବି.ପି.ଏଲ ଲାଇନ୍ ପାଇବା ପାଇଁ ନିରାଶ ହୋଇସାରିଲେଣି ମମତା ନାଏକ। ପକ୍କା ଘର ଓ ବି.ପି.ଏଲ ଲାଇନ୍ ପାଇବା ଆଶାରେ ଆଜି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି। ଏବେ ଦେଖିବାର ବାକି ରହିଲା ଯେ ଅନୁଗୋଳ ପ୍ରଶାସନ ତାଙ୍କୁ କେବେ ପକ୍କା ଘର ଓ ବି.ପି.ଏଲ ଲାଇନ୍ ଦେଇଛନ୍ତି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526.jpg)