ବଅଁରପାଳ ଡିଗ୍ରୀ ମହାବିଦ୍ୟାଳୟ ରେ ଦଳଗତ ଆଲୋଚନା

ଜେ ବି ଏନ, ୧୬/୦୩/୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ବଅଁରପାଳ, ଆଜି ବଅଁରପାଳ ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ଛାତ୍ର/ଛାତ୍ରୀ ଙ୍କ ମଧ୍ୟରେ ଏକ ତଳଗତ ଆଲୋଚନା ବା ତର୍କ ବିତର୍କ ଆୟୋଯିତ ହୋଇଯାଇଚି। ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋକୁଳା ନନ୍ଦ ପ୍ରଧାନ ଏହାର ଉଦଘାଟନ କରିଥିଲେ ଏବଂ ଇତିହାସ ବିଭାଗର ଅଧ୍ୟାପକ ପାର୍ଥବୀର ନାୟକଙ୍କ ସହଯୋଗ ରେ ବିଚାରକ ଦାୟିତ୍ଵ ଗ୍ରହଣ କରିଥିଲେ। ଏଥିରେ ୩୧ ଜଣ ଛାତ୍ରଛାତ୍ରୀ ଭାଗ ନେଇ ଛଅଗୋଟି ଦଳରେ ବିଭାଜିତ ହୋଇଥିଲେ ୮୦ ପ୍ରତେକ ବଲର ନାମକରଣ କରାଯାଇ ଥିଲା । ନାରୀଶକ୍ତି ଗ୍ରୁପ କୃତିତ୍ୱରେ ସହ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିଥିଲେ। ଆର୍ଲବଟ ଆଇନଷ୍ଟାଇନ୍ ସାହୁ, ଯାଜ୍ଞସେନୀ ପ୍ରଧାନ, ସୁପ୍ରିୟା ସାହୁ, କ୍ରିଷ୍ଣାପ୍ରିୟା ସାହୁ, ସିଦ୍ଧାନ୍ତ ବେହେରା, ଏହି ଗ୍ରୁପରେ ପ୍ରତିଯୋଗୀ ସମୁହକୁ ସ୍ଵତନ୍ତ୍ର କମ୍ ଦିଆଯାଇଥିଲା ଏବଂ ଶ୍ରେଷ୍ଠ ବଳକ ପ୍ରତିଯୋଗୀ ଭାବେ ଆର୍ଲ ବଟ ଆଇନ ଷ୍ଟାଇନ୍ ସାହୁ ଏବଂ ବାଳିକା ପ୍ରତିଯୋଗୀ ଭାବେ ସ୍ମୃତିମୟି ଦାସଙ୍କୁ ପୁରସ୍କୃତ କରାଯାଇଥିଲା। ବାଣିଜ୍ୟ ବିଭାଗର ଅଧ୍ୟାପକ ରାଜେଶ କୁମାର ଜେନାଙ୍କ ତ୍ୱତାବଧାନରେ ଆୟୋଯିତ ଏହି ଆଲୋଚନାରେ କଲେଜର ଅନ୍ୟନ ଅଧ୍ୟାପକ ଅଧ୍ୟାପିକା ମଧ୍ଯ ଭାଗ ଯୋଗଦାନ କରିଥିଲେ।



