Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଟାଟା ବିଏସଏଲ ଟ୍ରେଡ଼ ୟୁନିୟନ ପକ୍ଷରୁ ଅନଶନ

(ଜେ ବି ଏନ /ସୁଶାନ୍ତ କୁମାର) ୧୮/୦୩ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା  ଅଞ୍ଚଳରେ ଥିବା ଟାଟା ବିଏସଏଲ ଟ୍ରେଡ଼ ୟୁନିଅନ ଇଞ୍ଜିନିୟର ଦେବାଶିଷ ହୋତା ଙ୍କ ନେତୃତ୍ଵରେ ଅନଶନ ଚାଲିଛି।

ସୂଚନା ମୁତାବକ ଟାଟା ବିଏସଏଲ କାରଖାନା ନିଜର ଶ୍ରମିକଙ୍କୁ ଖଟାଇ ତାଙ୍କର୍ ତଣ୍ଟି ଚିପି ବାରେ ଲାଗିଛି। ଇଞ୍ଜିନିୟର ହୋତା ଙ୍କ ଅଭିଯୋଗ ପୂର୍ବେ ଥିବା ଭୂଷଣ ଷ୍ଟିଲ ବର୍ତମାନ୍ ଟାଟା ବିଏସଏଲ ତାହାଠାରୁ ହୀନ। ଶ୍ରମିକ ଙ୍କ ଦରମା, ଫାଇନାଲ ଗ୍ରାଚୁଟି, ସ୍ଥାୟୀ ନିଯୁକ୍ତି ଓ ଆକସ୍ମିକ ଦୁର୍ଘଟଣା ର କ୍ଷତି ପୂରଣ ବାବଦରେ ଅବହେଳା କରିବା ଓ ପୂର୍ବରୁ କାରଖାନା ରେ ଥିବା ବର୍ଷା ଏଣ୍ଟରପ୍ରାଇଜ ର ଶ୍ରମିକ ଙ୍କ ପିଏଫ କ୍ଷତି ଭରଣ ପାଇଁ ଆଜି ଟାଟା କାରଖାନା ର ଗେଟ ମୁହଁରେ ଗ୍ରୀଷ୍ମ ଖରା ରେ ଅନଶନ କରି ବସି ରହିଛନ୍ତି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ହେବ ଅନଶନ କାରୀ ଙ୍କ ନିକଟ ରେ କାରଖାନା କର୍ତ୍ତୃପକ୍ଷ ଙ୍କ ଦେଖା ଦର୍ଶନ ମିଳିପାରିନାହିଁ।

You missed