Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିରୋଧୀଙ୍କ ଜିଦ୍‌ ପରେ ନବୀନ ନିବାସ ରୁ ବାହାରକୁ ଆସି ବିରୋଧୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

 

ଜେ ବି ଏନ, ୧୮/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ନବୀନ ନିବାସରେ ଆଜି ବିରୋଧୀ ବିଧାୟକ ମାନେ ପହଁଚି ନବୀନ ବାବୁଙ୍କୁ ଭେଟିବାକୁ ଜିଦ କରିଥିଲେ l ନବୀନ ନିବାସରୁ ବାହାରକୁ ଆସି ଆନ୍ଦୋଳନରତ ଭାଜପା ସଦସ୍ୟଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳର ନେତା ନବୀନ ପଟ୍ଟନାୟକ। ସେ ଧାରଣାସ୍ଥଳରେ ପହଞ୍ଚି ବିଧାୟକମାନଙ୍କ ସହ କଥା ହେବା ସହ ସେମାନଙ୍କୁ ଡାକି ଭିତରକୁ ନେଇଥିବା ଦେଖାଯାଇଛି। ପ୍ରଥମ ଥର ପାଇଁ ନବୀନଙ୍କ ଏଭଳି ଆଚରଣ ଚର୍ଚ୍ଚାର ବିଷୟ ପାଲଟିଛି।

 

ପ୍ରକାଶ ଯେ, ଗୁରୁବାର ଲଗାତାର ୬ଷ୍ଠ ଦିନ ପାଇଁ ବିଧାନସଭା ସ୍ବାଭାବିକ ହୋଇପାରି ନ ଥିଲା। ଉଭୟ ଶାସକ-ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ଯାଏ ବାଚସ୍ପତି ମୁଲତବି ଘୋଷଣା କରିଥିଲେ। ଏହାପରେ ନବୀନଙ୍କୁ ଖୋଜିବା ପାଇଁ ଭାଜପା ବିଧାୟକମାନେ ଶୋଭାଯାତ୍ରାରେ ନବୀନ ନିବାସ ବାହାରିଥିଲେ। ତାଙ୍କ ପଛରେ ଶାସକ ଦଳର ବିଧାୟକମାନେ ଯୋଗଦେଇ ପାଛୋଟି ନେଉଥିବା କଥା କହିଥିଲେ। ଏଭଳି ପରିସ୍ଥିତିରେ ନବୀନ ନିବାସ ଆଗରେ ବିଜୁ ଯୁବ, ଛାତ୍ର ଏବଂ ମହିଳା ସଦସ୍ୟମାନେ ଏକାଠି ହୋଇ ବିଧାୟକମାନଙ୍କୁ ସ୍ବାଗତ କରିବାକୁ ଛିଡ଼ା ହୋଇ ରହିଥିଲେ। ପରେ ଭାଜପା ସଦସ୍ୟ ପହଞ୍ଚିବା ପରେ ନବୀନଙ୍କୁ ସାଙ୍ଗରେ ନେଇ ବିଧାନସଭା ଆସିବା ସହ ତାଙ୍କ ସହ ଆଲୋଚନା କରିବେ ବୋଲି ଜିଦ୍‌ ଧରି ବସିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ଗେଟ୍‌ ବାହାରକୁ ବାହାରି ଭାଜପା ସଦସ୍ୟମାନଙ୍କୁ ଭିତରକୁ ଯାଇ ଆଲୋଚନା କରିବାକୁ ଡାକି ନେଇଛନ୍ତି।