Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଭିନ୍ନ ସଂଗଠନ ତରଫରୁ କୋଦଳାରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ପାଳିତ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର (୧୮.୦୩.୨୦୨୧)-: ରାସ୍ତା ଦୁର୍ଘଟଣା ଯୋଗୁଁ ଆମ ଦେଶରେ ପ୍ରତିବର୍ଷ ଅନେକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ଏହା ଛଡ଼ା ଅନେକ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ହୋଇନପାରି ସାରା ଜୀବନ ପାଇଁ ଅକର୍ମଣ୍ୟ ହୋଇଯାଉଛନ୍ତି।

ଏହି ଦୁର୍ଘଟଣାର କୁପ୍ରଭାବ ପରିବାରର ମହିଳା ଓ ଶିଶୁମାନଙ୍କ ଉପରେ ସର୍ବାଧିକ ପଡ଼ୁଛି। ତେଣୁ ଆର୍ଥିକ କ୍ଷତି ସହିତ ସାମାଜିକ ଓ ପାରିବାରିକ କ୍ଷତି ସଡ଼କ ଦୁର୍ଘଟଣାର ଏକ ଅଣଆଲୋଚିତ ଦିଗ ଯାହାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ।ତେଣୁ ଏହାକୁ ଆଖି ଆଗରେ ରଖି ପ୍ରତେକ ବର୍ଷ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ମଧ୍ୟ ପାଳନ ହେଉଛି। ସେହିପରି

କୋଦଳା ଦଣ୍ଡେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମିଳିତ ଭାବରେ ବିକାଶ ପୁରୁଷୋତ୍ତମପୁର,ଆରଟିଓ ଛତ୍ରପୁର ଓ କୋଦଳା ସ୍ଥିତ ମା ଲକ୍ଷ୍ମଣ ଚଣ୍ଡୀ ଅଟୋ ମାଲିକ ସଙ୍ଘ ଦ୍ୱାରା ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଦଳା ବସଷ୍ଟାଣ୍ଡ ଠାରୁ ଦଣ୍ଡେଶ୍ଵର ମନ୍ଦିର ଯାଏଁ ଏକ ରାଲି ଅନୁଷ୍ଠିତ ହେବା ସହ ସଡ଼କ ସୁରକ୍ଷା ରଥ ଗଡିଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବେଗୁନିଆପଡା ବ୍ଲକ ବିଡ଼ିଓ ବେଦବର ପ୍ରଧାନ,ବିଇଓ କମଳକାନ୍ତ ସାହୁ,ମୁଖ୍ୟ ବକ୍ତା ଛତ୍ରପୁର ଅତିରିକ୍ତ ଆରଟିଓ ଅଧିକାରୀ କେ.ଭେଙ୍କେଟେଶ ଙ୍କ ସମେତ,ପୁରୁଷୋତ୍ତମପୁର ବିକାଶ ଅନୁଷ୍ଠାନ ର ସଭାପତି ପ୍ରଫୁଲ୍ଲ କୁମାର ରଥ ଓ ସମ୍ପାଦକ ଗୋକୁଳ ଚନ୍ଦ୍ର ଦାସ ଯୋଗଦେଇଥିଲେ। ଏଥିସହ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ଉପରେ ଆଲୋକପାତ କରିବା ସହ ପୂର୍ବରୁ ସ୍କୁଲ ଓ କଲେଜ ପିଲାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଯେଉଁମାନେ ଉତ୍ତୀର୍ଣ୍ଣ ହୋଇଥିଲେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

You missed