ଜିଲ୍ଲା ବିଜେପି ମୁଖ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

ଜେ ବି ଏନ, ୧୮/୦୩/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବିଜେପି ର ମୁଖ୍ୟ କାର୍ଯ୍ୟାଳୟ ଠାରେ ବିଜେପି ଅନୁଗୋଳ ଜିଲ୍ଲା ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ରେ ବିଜେପି ଓଡିଶା ର ରାଜ୍ଯ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପୃଥୀରାଜ ହରିଚନ୍ଦନ, ବିଜେପି ଅନୁଗୋଳ ଜିଲ୍ଲା ର ପ୍ରଭାରୀ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୀମାଞ୍ଚଳ ଖଟେଇ, ପୂର୍ବତନ ରାଜ୍ଯସଭା ସାଂସଦ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ଏବଂ ସମସ୍ତ ବିଧାୟକ ପ୍ରାର୍ଥୀ ମାନଙ୍କ ସହିତ ବୈଠକ ରେ ଉପସ୍ଥିତ ରହି ଦଳ ର ଆଗାମୀ କାର୍ଯ୍ୟପନ୍ଥା, ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ସମ୍ପର୍କ ଆଲୋଚନା କରିଥିଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ।ଏହି ବୈଠକ ରେ ଦଳ ର ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇଥିଲା ଏବଂ ଜିଲ୍ଲା ରେ ଦଳ ର ସଂଗଠନ କିପରି ଅଧିକରୁ ଅଧିକ ସୁଦୃଢ ହେବ ସେ ସମ୍ପର୍କରେ ଦଳ ର ସମସ୍ତ ପଦାଧିକାରୀ, ବରିଷ୍ଠ ନେତା,ସମସ୍ତ ମଣ୍ଡଳ ସଭାପତି ଜିଲ୍ଲା କାର୍ଯ୍ଯକାରିଣୀ ସଦସ୍ଯ ଙ୍କ ସହିତ ଆଲୋଚନା କରାଯାଇଥିଲା।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-9-scaled.jpg)


