Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସମ୍ବାଦ କ୍ଲବ ରେ ପଖାଳ ରେ କଟିଲା ପଖାଳ ଦିବସ 

ଜେ ବି ଏନ, ଅନୁଗୋଳ ଜିଲ୍ଲା ନାଲକୋ ନଗର,: ୨୦.୦୩.୨୦୨୧, ରିପୋର୍ଟ, ଚୈତନ୍ୟ ସାହୁ : ସମ୍ବାଦ କ୍ଲବ ପକ୍ଷ ରୁ ଆଜି ମଧ୍ୟାନ ରେ କ୍ଲବ ଗୃହ ଠାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଓଡ଼ିଶାରେ ପଖାଳର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଥିପାଇଁ ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ। ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆଙ୍କ ପାଇଁ ମାର୍ଚ୍ଚ ୨୦ ତାରିଖ ହେଉଛି ଏକ ବିଶେଷ ଦିନ। କାରଣ ଏହି ଦିନଟକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଏ।ସମୟ କ୍ରମେ ଓଡିଆମାନଙ୍କ ଅନେକ ବିଶେଷତା ପାଶ୍ଚାତ୍ୟାଭୂମୁଖି ହେବା କାରଣରୁ ଲୋପ ପାଇଗଲାଣି, କିନ୍ତୁ ପଖାଳ ଆଜି ମଧ୍ୟ ନିଜର ଗାରିମା ବଜାୟ ରଖିଛି। ଖାଲି ଓଡିଶାରେ କାହିଁକି ଓଡ଼ିଶା ବାହାରେ ମଧ୍ୟ ପଖାଳର ଚାହିଦା ରହିଛି। ଆପଣ ଜାଣିଲେ ଚକିତ ହେବେ କି ଆମର ଇଷ୍ଟଦେବ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ବି ଏହା ଟଙ୍କ ତୋରାଣି ରୂପରେ ଭୋଗ ଲାଗି ହୋଇଥାଏ।ସାଧାରଣତଃ ଗୀଷ୍ମଋତୁ ବା ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ।ମାଟି ପାତ୍ର ରେ ଦହି ପଖାଳ ସାଙ୍ଗକୁ ବଡିଚୁରା,ଚୁନାମାଛ ଓ ଶାଗ,ଆଳୁ ଭଜା ଆଦି  ଓଡିଆ ଜାତିର ମୁଖ୍ୟ ଖାଦ୍ୟ କୁ ନଭୁଲି ମନେପକାଇ ଦେଈଛି । ଗରିବଙ୍କ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ କିଏ ବା ପଖାଳକୁ ଭଲ ନ ପାଏ। ଉଦୁଉଦିଆ ଖରାବେଳରେ କଂସାଏ ପଖାଳ ଖାଇଦେଲେ କଥା ସରିଲା। ସତେକି ଖରାଦିନର ଅମୃତ ଏହି ପଖାଳ।ସମ୍ବାଦ କ୍ଲବ ର ସାଧାରଣ ସମ୍ପାଦକ  ସୁଜିତ କୁମାର ବେହେରା,କୋଷାଧ୍ୟକ୍ଷ ଦିଲୀପ ସାହୁ ,ପ୍ରବୀଣ ସାମଲ, ନିଲୁ ଓଝା, ସନାତନ ମହାରଣା,ପଦ୍ମନାଭ ସିଂ ଦୁଷ୍ମନ୍ତ ଦାସ,ସତ୍ୟଜିତ ସାମଲ, ଶୈଳନ୍ଦ୍ର ବେହେରା, ବୁଲୁ ଖିଲାର, ଅନିତା ବେହେରା, ସରସ୍ୱତୀ ମହାରଣା,ସୁଭସ୍ମିତା ବିଶ୍ୱାଳ,ସୁଭଲଷ୍ମୀ ମହାରଣା ଓ କ୍ଲବ ର ସମସ୍ତ  ସଦସ୍ୟ ଯୋଗଦେଇ ଥିଲେ ।ଆଗାମୀଦିନ ରେ ପଖାଳ ଦିବସ କୁ କିପରି ସମସ୍ତ ଓଡିଶା ବାସୀ ପାଳି ବେ ଓ ଜାତୀୟ ସ୍ତରରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

You missed