Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡିଶା ଡେଭଲପମେଣ୍ଟ୍ ଫୋରମ ର ବିକ୍ଷୋଭ, ଖଲ୍ଲିକୋଟ କଲେଜ ଛାତ୍ରଛାତ୍ରୀ ଙ୍କ ସମର୍ଥନ

 

 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର (୨୦.୦୧.୨୦୨୧)-: ଓଡ଼ିଶା ଡେଭଲପମେଣ୍ଟ ଫୋରମ ଏବଂ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ, ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଜନଜାଗରଣ କରିବା ଓ ସରକାରଙ୍କୁ ଜାଗ୍ରତ କରିବା ପାଇଁ ଖଲ୍ଲିକୋଟ କଲେଜ ସାମ୍ନାରେ ଆଜି ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି।

ଅନୁଷ୍ଠିତ ହୋଇଥିବା ସଭାରେ ବିପୁଳ ମାତ୍ରାରେ ଛାତ୍ର ସମାଜ ର ସମର୍ଥନ ମିଳିଥିଲା। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ମଧ୍ୟ ଆଜି ନିଜର ସମର୍ଥନ ଦେବା ସହ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡେଭଲପମେଣ୍ଟ୍ ଫୋରମ୍ ର ବରିଷ୍ଠ ସଦସ୍ୟ ଭି.ସୋମେଶ୍ବର ରାଓ, ପ୍ରୀତିସ୍ ପାଣିଗ୍ରାହୀ, ବନମାଳୀ ଅଜୟ, ବହୁମୂଖୀ ସମାଜ ମଙ୍ଗଳ କେନ୍ଦ୍ର ର ମାନସ ପାତ୍ର, ପ୍ରଗତିଶୀଳ ଉତ୍କଳ ସମାଜ ର ରାଜ୍ୟ ସମ୍ପାଦକ ସରୋଜ ପଟ୍ଟନାୟକ, ବିଶ୍ଵଦେବ ମହାରଣା, କେ .ଧର୍ମା ରାଓ, ନେହାଲ ରାଜୁ, ଗୌରବ ପୃଷ୍ଟି, ଭି. ନିତିନ କୁମାର, ୟସ୍ ବନ୍ତ୍, ଅଶୋକ କୁମାର, ଲୋକନାଥ ଆଚାର୍ଯ୍ୟ, ନିରଞ୍ଜନ ଗୌଡ, ଡି. ଜଗନ୍ନାଥ ରାଓ, ସି ଏଚ. ହରି ପାତ୍ର, ଏ. ରମେଶ ପାତ୍ର, ୱାଇ. ନାରାୟଣ, ନିରଞ୍ଜନ ନାୟକ, ଟି. ସୋମେଶ୍ୱର ରାଓ, ଟି. ଜୟ ଲକ୍ଷ୍ମୀ, ଇ.ତିରୁପତି ପାତ୍ର, ଏ.ଅଶୋକ ପାତ୍ର, ଏସ୍ .ବଦ୍ରି ନାରାୟଣ, ଏ .କିଶୋର ପାତ୍ର, ବସନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

You missed