ମାନବିକତା ଦେଖାଇ ପ୍ରଶଂସିତ ହେଲେ ଦୁଇ ଓକିଲ

ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବରହମପୁର ହେଉଛି ଭାଇଚାରା ଓ ପର ଉପକାରୀ ସହର l ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋର୍ଟ ପେଟା ଛକ ଠାରେ ଥିବା ତହସିଲ କାର୍ଯ୍ଯାଳୟ ସମ୍ମୁଖରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଏଲଆଇସି ଅଫିସ ର କାର୍ଯ୍ୟରତ କୋଷାଧକ୍ଷ ଯନ୍ତ୍ର୍ରଣାର ଛଟପଟ ହେଉଥିଲେ l ସେହି ରାସ୍ତା ଦେଇ ଆଇନଜୀବୀ ନଳିନୀକାନ୍ତ ଦେବ ଦର୍ଶି ଓ ଗିରିଜା ଶତପଥୀ ଯାଉଥିବା ସମୟରେ ଯନ୍ତ୍ରଣା ରେ ଛଟପଟ ହେଉଥାଏ ଦେଖି ତୁରନ୍ତ 112 କୁ ଯୋଗଯୋଗ୍ କରିଥିଲେ l କିନ୍ତୁ କୌଣସି ଆମ୍ବୁଲାନ୍ସ ସୁବିଧା ଉପଲବ୍ଧ ନହେବାରୁ ତୁରନ୍ତ ଏକ ଅଟୋ ସାହାଜ୍ୟରେ ଉକ୍ତ ବ୍ୟକ୍ତି ଙ୍କୁ mkcg କୁ ସ୍ଥାନାନ୍ତରିତ କରିଥିଲେ l ଏହା ଫଳରେ ଦୁର୍ଘଟଣା ଘଟିଥିବା ବ୍ୟକ୍ତିଙ୍କ ଜୀବନ ଟି ବଞ୍ଚିଯାଇ ଥିଲାା l ଏହି କାର୍ଯ୍ୟ ପାଇଁ ଏହି ଦୁଇ ଆଇନଜୀବୀ ଙ୍କୁ ବିଭିନ୍ନ ମହଲ ରୁ ପ୍ରସଂଶା କରାଯାଇଛି l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)