ଜରପଡା ଠାରେ ଗ୍ଯାସ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା : ଚାରି ମୃତ

ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ସବୁ ଠାରୁ ବଡ଼ ଖବର…ଜରପଡା ଠାରେ ଗ୍ୟାସ ଟ୍ୟାଙ୍କର ସହ ଆମ୍ବୁଲାନ୍ସ ଧକ୍କା.. ଆମ୍ବୁଲାନ୍ସ ରେ ଥିବା ରୋଗୀ ସହ ଚାରି ମୁର୍ତ୍ୟୁ l ଅନଗୁଳ ରୁ ସମ୍ବଲପୁର ଆଡକୁ ଯାଉଥିବା ଗ୍ୟାସ ଟ୍ୟାଙ୍କର ଗାଡି l ଓ ରୋଗୀ ନେଇ ଆସୁଥିବା (ଆମ୍ବୁଲାନ୍ସ OD -15-9488)ସମ୍ବଲପୁର ରୁ କଟକ ଅଭିମୁଖେ ଯାଉଥିବା ବେଳେ ଅନଗୁଳ ଜିଲ୍ଲା ଜରପଡା ବଜାର ଉପରେ ଧକ୍କା ହେବା ଫଳ ରେ ଆମ୍ବୁଲାନ୍ସ ଭିତରେ ବସିଥିବା ସାତ ଜଣ ଙ୍କ ମଧ୍ୟ ରୁ ଘଟଣା ସ୍ଥଳ ରେ ଚାରି ମୁତ୍ୟୁ l ଓ ତିନି ଜଣ କୁ ଗାଡି ଭିତରୁ ସ୍ଥାନୀୟ ବାସିନ୍ଦା ଓ ଜରପଡା ପୋଲିସ ର ସହଯୋଗ ରେ ଉଦ୍ଧାର କରି ଅନଗୁଳ ମୁଖ୍ୟ ଚିକିତ୍ସାଳୟ କୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ପଠା ଯାଇଛି l ସେମାନେ ମଧ୍ୟ ଗୁରୁତର ଅବସ୍ଥା ଥିବା ଜଣା ପଡିଛି l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
