Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଓଡିଶା ପାଇପ୍ ଜଳ କର୍ମଚାରୀ ସଂଘ ର ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ 

 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୨୧.୦୧.୨୦୨୧)-: ପାନୀୟ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟରତ ରହି ରାଜ୍ୟ ବାସୀଙ୍କ ଦୀର୍ଘ ୨୮ବର୍ଷରୁ ଉର୍ଦ୍ଧ କାଳ ଅହରହ ସେବା ଯୋଗାଉଥିବା ବିଭାଗୀୟ ଅନୁମୋଦିତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାରେ କତ୍ତୃପକ୍ଷ ଓ ରାଜ୍ୟ ସରକାର ଯେଉଁ ଭଳି ପ୍ରତାରଣା କରି ଚାଲିଛନ୍ତି ତାହା ଶ୍ରମିକ ମାରଣନୀତିର ଜ୍ୱଳନ୍ତ ଉଦାହରଣ। କିନ୍ତୁ ଆସନ୍ତା ମଇ ମାସ ୧୫ ତାରିଖ ସୁଧା ସ୍ଥାୟୀ ନିଯୁକ୍ତି କରାନଗଲେ ସଂଘ ର ୧୫ହଜାର ରୁ ଉର୍ଦ୍ଧ୍ବ କର୍ମଚାରୀ ଆସନ୍ତା ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ବ୍ରହ୍ମପୁର ସିଟି ହସ୍ପିଟାଲ ମାର୍ଗ ସ୍ଥିତ ଜୀବନ କ୍ଳବ୍ ଠାରେ ଅନୁଷ୍ଠିତ ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ର ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀରେ ମଞ୍ଚାସୀନ କର୍ମକର୍ତ୍ତା ମାନେ ଦୃଢ଼ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ସିଟି ହସ୍ପିଟାଲ ମାର୍ଗ ସ୍ଥିତ ଜୀବନ କ୍ଳବ୍ ଠାରେ ଅନୁଷ୍ଠିତ ସଂଘ ର ଗୁରୁତ୍ବପୂର୍ଣ୍ଣ ତଥା ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ରେ ସଂଘର ରାଜ୍ୟ ସଭାପତି ହୃଷିକେଶ ସେଠୀ, ମୁଖ୍ୟ ଅତିଥି ପୂର୍ବତନ ସଭାପତି ଉମାକାନ୍ତ ନନ୍ଦ, ସମ୍ମାନିତ ଅତିଥି ପୂର୍ବତନ ସାଧାରଣ ସଂପାଦକ ଉପଦେଷ୍ଟା ଗଜେନ୍ଦ୍ର କୁମାର ଚୌଧୁରୀ,ସମ୍ମାନିତ ଅତିଥି ହିନ୍ଦ୍ ମଜଦୂର ସଭାର ଯୁବ ସଭାପତି ବିଜୟ ଭୂଷଣ ପତି, ମୁଖ୍ୟ ବକ୍ତା ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି, ସମ୍ବଲପୁର ଆଞ୍ଚଳିକ ସଭାପତି ସୀମାଞ୍ଚଳ ପଣ୍ଡା, କାର୍ଯ୍ୟକ୍ରମ ଆବାହକ ଖଣ୍ଡ ସମ୍ପାଦକ ଆମ୍ବିରୀ ଜେନା, କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ କାର୍ଯ୍ୟକାରୀ ସଭାପତି ଶେଷ ଦେବ କାଣ୍ଡ,ଓ କବିରାଜ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ସଭା ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ସଂଘର ପୂର୍ବତନ ସଭାପତି ସୁଦାମ ଚରଣ ପାଣିଗ୍ରାହୀ ଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ଏବଂ ସଂଘ ର ପୂର୍ବତନ ଉପଦେଷ୍ଟା ଆଇନ୍ ପରାମର୍ଶଦାତା ଲିଙ୍ଗରାଜ ଜେନା ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଙ୍କ ଓ ଅନ୍ୟ ସଦସ୍ୟ ମାନଙ୍କ ଦେହାନ୍ତ ରେ ନିରବ ପ୍ରାର୍ଥନା କରି ସଦ୍ଗତି କାମନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ହିନ୍ଦ୍ ମଜଦୂର ସଭାର ରାଜ୍ୟ ସମ୍ପାଦକ ତଥା ଓଡ଼ିଶା ନିର୍ମାଣ ମଜଦୂର ସଭାର ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ ମଞ୍ଚାସୀନ ହୋଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଜଳଯୋଗାଣ ବିଭାଗ ରେ କାର୍ଯ୍ୟରତ କ୍ଷେତ୍ର କର୍ମଚାରୀ ମାନଙ୍କ ଅନ୍ୟାନ୍ୟ ସମସ୍ୟା ବିଶେଷ କରି ନନ୍ ହେଚ୍ ଆର୍ କର୍ମଚାରୀ ମାନଙ୍କୁ ହେଚ୍ ଆର୍ କର୍ମଚାରୀ ଏବଂ ଏସ୍ ଇ ଏମ୍ ମାନଙ୍କୁ ସରକାରଙ୍କ ଅନୁମୋଦିତ ଦରମା ଠିକ୍ ସମୟରେ ପ୍ରଦାନ କରିବା । ଇତ୍ୟାଦି ଦାବି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ରାଜ୍ୟ ସରକାର ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇ ଦୃଢ଼ ଶପଥ ଗ୍ରହଣ କରାଗଲା। ଏହି କାର୍ଯ୍ୟକ୍ରମରେ

ଅବସରରେ ଚାକିରୀ ରୁ ଅବସର ଗ୍ରହଣ କରିଥିବା ପୂର୍ବତନ ସଭାପତି ଉମାକାନ୍ତ ନନ୍ଦ ଏବଂ ଯୁଗ୍ମ ସମ୍ପାଦକ ଦୁର୍ଗା ପ୍ରସାଦ ଦାସ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ଉପସଭାପତି ରବି କୁମାର ପାଣିଗ୍ରାହୀ, ଟୁନା ଚନ୍ଦ୍ର ପଣ୍ଡା, ଡମ୍ବରୁଧର ସାହୁ , ଯଦୁମଣି ପ୍ରଧାନ, ଶାଖା ସମ୍ପାଦକ ଅଶୋକ କୁମାର ଜେନା, କୋଷାଧ୍ୟକ୍ଷ

ରଘୁନାଥ ପାତ୍ର ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର କୋଠିଆ,ଗିରୀଜା ପ୍ରସାଦ ସିଂ ଙ୍କ ସମେତ କଟକ, ଭୁବନେଶ୍ୱର, ଗଞ୍ଜାମ ଗଜପତି, କୋରାପୁଟ, ସମ୍ବଲପୁର ସୁନ୍ଦରଗଡ଼, ରାଉରକେଲା, ବାରିପଦା, ରାୟଗଡ଼ା, ବାଲେଶ୍ଵର, ଫୁଲବାଣୀ, ଢେଙ୍କାନାଳ, ଜୟପୁର ସମେତ ସମଗ୍ର ରାଜ୍ୟରୁ ଶତାଧିକ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।

You missed