Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଗୁରୁ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକ 

 

ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ଓଡିଶୀ ନୃତ୍ୟାଙ୍ଗନା ତଥା ବିଶିଷ୍ଠ ଓଡ଼ିଶୀ ନୃତ୍ୟଗୁରୁ ସ୍ବର୍ଗତ କେଳୁ ଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କର ଶନିବାର ରାତି ପ୍ରାୟ ୧୧ଟା ୧୦‌ରେ ୮୬ ବର୍ଷ ବୟସରେ ପରଲୋକ ଘଟିଛି।ସେ ବାର୍ଧକ୍ୟ ଜନୀତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଭୀମଟାଙ୍ଗୀସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ଶେଷଦର୍ଶନ କରିଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ ରତିକାନ୍ତ ମହାପାତ୍ର ଓ ବୋହୁ ସୁଜାତା ମହାପାତ୍ରଙ୍କ ସମେତ ଅନ୍ୟ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଓଡ଼ିଶାର କଳା ଜଗତରେ ଶୋକର ଛାୟା ଖେଳି ଯାଇଛି।