Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଧାୟିକା ଙ୍କ ଦ୍ଵାରା ଭତ୍ତା ବଣ୍ଟନ

ଜେ ବି ଏନ, ୨୨/୦୩/୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ପରିସରରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ବିଞ୍ଝାରପୁର ପଞ୍ଚାୟତ ସମିତି ର ଅଧ୍ୟକ୍ଷ ନନ୍ଦକିଶୋର ସାମଲ ଙ୍କ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବିଞ୍ଝାରପୁର ର ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଡ଼ିଓ ମିନତି ଜଗଦେବ, ସରପଞ୍ଚ ରାମଚନ୍ଦ୍ର ବେହେରା,ରମାମଣି ସାହୁ ପ୍ରମୁଖ ଯୋଗ ଦେଇ ବ୍ଳକ ର ୨୬ ଟି ପଞ୍ଚାୟତ ର ୧୧୭୧ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ସୁଷମା ସେଠି, ସରପଞ୍ଚ ମନ୍ଦାକିନୀ ଧଳ, ସିଂହପୁର ସରପଞ୍ଚ ରମାମଣି ସାହୁ,ସୋଭାଗ୍ୟ ମହାପାତ୍ର,ସମରେନ୍ଦ୍ର ସାହୁ, ଦେବାନନ୍ଦ ମଲ୍ଲିକ, ରଘୁନାଥ ପୁର ସମିତି ସଭ୍ୟ ମାନସ ଦାସ,ଅରେଇ ସମିତି ସଭ୍ୟ ସମିର କୁମାର ଜେନା,ବିଙ୍କାନ ମଲ୍ଲିକ, ଅକ୍ଷୟ ନାୟକ, କୈଳାସ ସେଠୀ ପ୍ରମୁଖ ଯୋଗ ଦେଇଥିଲେ।