Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଡକ୍ଟର ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ରେ ବିଶ୍ବ ଜଳ ଦିବସ ପାଳିତ

(ଜେ ବି ଏନ /ସୁବ୍ରତ କୁମାର) ୨୨/୦୩/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ପୈାରାଞ୍ଚଳର ୨ ନମ୍ବର ୱାର୍ଡରେ ଅବସ୍ଥିତ ଡକ୍ଟର ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ରେ ବିଶ୍ବ ଜଳ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ ପ୍ରଧାନଶିକ୍ଷୟିତ୍ରୀ ଅଞ୍ଜନା ମିଶ୍ର ଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଏହିଦିବସର ମହତ୍ତ୍ଵ ସମ୍ବନ୍ଧରେ ବିଜ୍ଞାନଶିକ୍ଷୟିତ୍ରୀ ସରଳା ସାହୁ ଉପସ୍ଥାପନା କରିଥିଲେ।

ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନା ମିଶ୍ର ଜଳ ହିଁ ଜୀବନ ଉପରେ ଆଲୋଚନା କରି ଜଳକୁ ସଂରକ୍ଷଣ କରି ରଖିବା ଆବଶ୍ୟକ ବୋଲି କହିଥିଲେ। ଶେଷରେପିଲାମାନଙ୍କ ମଧ୍ୟରେ ଏକ ସ୍ଲୋଗାନ ଲେଖା ପ୍ରତିଯୋଗିତା କରାଯାଇଥିଲା। ଏଥିରେ ସୁନୀତା ନାଏକ ପାୟଲ ପଣ୍ଡା ଓ ଉମେଶ ନାଏକ ପ୍ରଭୃତି ଭଲ ଲେଖି ଥିବାରୁ ସେମାନଙ୍କୁ ଇକୋ କ୍ଲବ ତରଫରୁ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ।