Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସ୍ୱାଭିମାନ ସେବା ସଙ୍ଘଠନ ପକ୍ଷରୁ ହୋଲି ପାଳନ

 

ଜେ ବି ଏନ, ୨୯/୦୩ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ନାଲକୋ କେଦାରଗୌରୀ ମୁକ ବଧିର ତାଲିମ କେନ୍ଦ୍ର ଠାରେ ହୋଲି ପାଳନ କୃତ୍ରିମ ରଙ୍ଗ ବର୍ଜନ କରି ପ୍ରାକୃତିକ ରଙ୍ଗ ସହ ହୋଲି ଖେଳି, କେଦାରଗୌରୀ ମୁକ ବଧିର ଆଶ୍ରମ ରେ ପଣା ସହ ମିଠା ଦେଇ ପିଲାମାନଙ୍କ ଗହଣରେ ରଙ୍ଗର ପର୍ବ ହୋଲି ପାଳନ କରାଯାଇଛି ।

ରାସାୟନିକ ରଙ୍ଗ କୁ ହୋଲିରେ ବ୍ୟବହାର କରିବା ଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ଚର୍ମ, ଆଖି, କାନ ତଥା ଅନ୍ୟ ସମ୍ବେଦନଶୀଳ ଅଙ୍ଗ ଉପରେ ଏହି ରଙ୍ଗର କୁପ୍ରଭାଵ ପଡେ ବୋଲି ପିଲାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସହ ପ୍ରାକୃତିକ ରଙ୍ଗ ଅବିରରେ ଆଶ୍ରମ ପରିସରରେ ରଙ୍ଗର ପର୍ବ ହୋଲି ପାଳିତ ହୋଇଥିଲା।

ସ୍ୱାଭିମାନ ପରିବାର ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ସାହୁ,ଚୈତନ୍ୟ ସାହୁ,ମଦନ ସାହୁ ନବକିଶୋର ସାହୁ,ଗୋପବନ୍ଧୁ ନାୟକ,ପ୍ରତାପ ଚନ୍ଦ୍ର ବେହେରା, ଜ୍ଞାନରଞ୍ଜନ ମଲିକ,ଜୟନ୍ତ କୁମାର ପ୍ରଧାନ, ସଙ୍ଘଠନ ସଦସ୍ୟା ଚୁମୁକି ମହାକୁଡ଼,ଓ କେଦାରଗୌରୀ ମୁଖ୍ୟ ପରିଚାଳକ ପ୍ରଶାନ୍ତ ବେହେରା, କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ l

You missed