Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଭର୍ଚୁଆଲ ମୋଡ୍ ରେ ଉତ୍କଳ ଦିବସ ପାଳନ 

ଜେ ବି ଏନ, ୦୧/୦୪ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ/ଶୁଭମ ପାଣି), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ଗନ୍ଦିଆ ଢେଙ୍କାନାଳ ରେ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭର୍ଚୁଆଲ ମୋଡ୍ ରେ ଉତ୍କଳ ଦିବସ ପାଳନ କରାଯାଇଅଛି।

ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ତୈଳ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ରୁପ ପ୍ରଜ୍ବଳନ କରି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ କାର୍ଯ୍ୟକ୍ରମ କୁ ଉଦ୍ ଘାଟନ କରିଥିଲେ। ତାଙ୍କ ବକ୍ତବ୍ୟରେ ଶ୍ରୀ ସାହୁ ନୂତନ ଉତ୍କଳ ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ତ୍ୟାଗ ପୂତଜୀବନ ଉପରେ ଆଲୋଚନା କରିଥିଲେ। ସ୍ବତନ୍ତ୍ର ଉତ୍କଳ ଦିବସ ଗଠନରେ ମଧୁବାବୁ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ମଧୁବାବୁ ଙ୍କ ଆଦର୍ଶରେ ଅନୁପ୍ରେରିତ ହେବା ପାଇଁ ଭର୍ଚୁଆଲ ମୋଡ୍ ରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟ କ୍ରମ ଶେଷ ହୋଇଥିଲା।