Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସଦାବେଳେ ମା’, ମାତୃଭାଷା, ମାତୃଭୂମି ଓ ନିଜ ଜନ୍ମସ୍ଥାନକୁ ସ୍ମରଣ ରଖ: ଉପ ରାଷ୍ଟ୍ରପତି

 

ଜେ ବି ଏନ, ୦୨/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : ନିଜର ଜନ୍ମସ୍ଥାନ ଉପରେ ଗୁରୁତ୍ୱ ଦେବା ଲାଗି ଉପ ରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କିଆ ନାଇଡ଼ୁ ମତ ପୋଷଣ କରିଛନ୍ତି । ଏଥି ସହ ନିଜର ମୂଳ ଜନ୍ମସ୍ଥାନକୁ ସ୍ମରଣ ରଖିବା ସହ ନିଜର ମା’, ମାତୃଭାଷା , ମାତୃଭୂମି ଓ ଜନ୍ମସ୍ଥାନ ପ୍ରତି ମନରେ ସମ୍ମାନବୋଧ ରଖିବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି ।

 

ଭୁବନେଶ୍ୱରର ରାଜଭବନଠାରେ ‘ନୀଳିମାରାଣୀ- ମୋ ମା’, ମୋ ହୀରୋ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରିବା ଅବସରରେ ଉଦ୍‍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ଯେ ଶିକ୍ଷା, ବିଚାରାଳୟ ଓ ପ୍ରଶାସନିକ କ୍ଷେତ୍ରରେ ମାତୃଭାଷାର ବହୁଳ ବ୍ୟବହାର କରାଯିବା ଆବଶ୍ୟକ । ଅତି ନିଷ୍ଠା ଓ ମାନସିକତାର ସହିତ ଏହାର ‘ପ୍ରଚାର ଓ ଯତ୍ନ’ ଭାବନା ମନରେ ରଖିବା ଲାଗି ସେ ସମସ୍ତଙ୍କୁ ନିବେଦନ କରିବା ସହିତ କହିଥିଲେ ଯେ ସମାଜର ସଫଳ ବ୍ୟକ୍ତିବିଶେଷ ସେମାନଙ୍କର ନିଜ ନିଜ ପୈତୃକ ଗ୍ରାମର ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ସହିତ ସେମାନଙ୍କର ଉନ୍ନତି କରିବା ଜରୁରି ।

 

ଲୋକସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ରଚିତ ତାଙ୍କ ସ୍ୱର୍ଗୀୟ ମା’ ଶ୍ରୀମତୀ ନୀଳିମାରାଣୀଙ୍କ ଜୀବନୀ ପୁସ୍ତକୁ ଉପ ରାଷ୍ଟ୍ରପତି ଶ୍ରୀ ନାଇଡ଼ୁ ଆଜି ଉନ୍ମୋଚନ କରିଥିଲେ । ନିଜ ମା’ଙ୍କ ଜୀବନ ଓ ସଂଗ୍ରାମର କାହାଣୀକୁ ଶ୍ରୀ ସାମନ୍ତ ଲେଖିବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ଶ୍ରୀ ନାଇଡ଼ୁ କହିଲେ ଯେ ଏଭଳି ଜଣେ ମା’ଙ୍କ ଜୀବନୀକୁ ଉନ୍ମୋଚନ କରିବା ଆନନ୍ଦର କଥା । କାରଣ, ନିଜର ଲାଳନପାଳନ ଏବଂ ମୂଲ୍ୟବୋଧ ଜରିଆରେ ଜଣେ ମା’ ହିଁ ନିଜର ସନ୍ତାନମାନଙ୍କୁ ଏଭଳି ସଫଳତାର ଶୀର୍ଷର ପହଞ୍ଚାଇବାରେ ସହାୟକ ହୋଇଥାନ୍ତି ।

 

ଶ୍ରୀମତୀ ନୀଳିମାରାଣୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଉପ ରାଷ୍ଟ୍ରପତି କହିଳେ ଯେ ଉତ୍କଟ ଦାରିଦ୍ର‌୍ୟ ଏବଂ ସମ୍ବଳର ଅଭାବ ସତ୍ତ୍ୱେ ସେ ନିଜର ସନ୍ତାନମାନଙ୍କୁ ଉତ୍ତମ ଶିକ୍ଷା ଦେଇଥିଲେ ଏବଂ ଗରିବ ତଥା ଅବହେଳିତ ଲୋକମାନଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ ଜାରି ରଖି ପାରିଥିଲେ । ନିଜ ପୁତ୍ରମାନଙ୍କ ସହାୟତାରେ ଶ୍ରୀମତୀ ନୀଳିମାରାଣୀଜୀ ନିଜ ପୈତୃକ ଗ୍ରାମ କଲାରବାଙ୍କକୁ ଦେଶର ପ୍ରଥମ ସ୍ମାର୍ଟ ଗ୍ରାମରେ ପରିଣତ କରିପାରିଥିବାରୁ ଶ୍ରୀ ନାଇଡ଼ୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହାକୁ ଏକ ପ୍ରେରଣା ବୋଲି ଅଭିହିତ କରି ସେ କହିଲେ ଯେ ତାଙ୍କର ଏଭଳି ଭାବନା ଓ କାର୍ଯ୍ୟରୁ ଅନ୍ୟମାନେ ଅନୁକରଣ କରିବା ଉଚିତ ଏବଂ ଏହା ଦ୍ୱାରା ନିଜ ପୈତୃକ ଗ୍ରାମର ଲୋକମାନଙ୍କ ଉନ୍ନତି ହୋଇପାରିବ ।

 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ଲୋକସଭା ସଦସ୍ୟ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

You missed