Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଧାରଣା ଓ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବୀପତ୍ର

ଜେ ବି ଏନ, ୦୫/୦୪/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ : କୋଭିଡ ମହାମାରୀ ଯୋଗୁଁ ରାଜ୍ୟବାସୀଙ୍କ ର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଥିବା ବେଳେ ଏବଂ ଏହି ସମସ୍ୟା ରୁ ଜନସାଧାରଣ ସମ୍ପୂର୍ଣ୍ଣ ମୁକ୍ତ ହୋଇନଥିବା ବେଳେ ରାଜ୍ୟ ସରକାର ଙ୍କ ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଜନତା ଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି ।ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସଭାପତି ବିପ୍ଲବ ଜେନା ଙ୍କ ନେତୃତ୍ୱରେ ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ଆଜି ତା ୦୫.୦୪.୨୦୨୧ (ସୋମବାର ) ଦିନ ସକାଳ ୦୯ ଘଟିକା ଠାରୁ ୧ ଘଟିକା ପର୍ଯ୍ୟନ୍ତ ଅନୁଗୋଳ ମୁଖ୍ୟ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ (ଥାନା ଛକ ବିଜୁମଇଦାନ ପାର୍ଶ୍ୱ ) ଠାରେ ଶାନ୍ତି ପୂର୍ଣ୍ଣ ଗଣ ଧାରଣା ଦିଆଯିବା ସହ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ମୁଖ୍ୟ ବିଦ୍ୟୁତ ଅଧିକାରୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ସଭା ରେ ଅନୁଗୋଳ ଜିଲ୍ଲା ର ସମସ୍ତ ପୂର୍ବତନ ବିଧାୟକ ପାର୍ଥି ,ବ୍ଲକସଭାପତି, ନଗର ସଭାପତି, ବରିଷ୍ଠ ନେତା ଏବଂ ବହୁ ସଂଖ୍ୟକ କଂଗ୍ରେସ ପ୍ରେମୀ ଯୋଗଦାନ କରିଥିଲେ ।