Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସରିସରି ଯାଉଛି ପଞ୍ଚାୟତ ଜନ ପ୍ରତିନିଧି ମାନଙ୍କ କାର୍ଯ୍ୟକାଳ , କୋଦଳା ଏନ୍ ଏ ସି ଓ ବେଗୁନିଆପଡା ବ୍ଲକ ବିଜେଡି ରେ ବଢୁଛି ଦଳୀୟ ଗୋଷ୍ଠୀ କନ୍ଦଳ ! 

 

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୦୯.୦୪.୨୦୨୧)-: ଶେଷ ହେବାକୁ ଯାଉଛି ବିଭିନ୍ନ ପଞ୍ଚାୟତ ର ନିର୍ବାଚିତ ଜନପ୍ରତିନିଧି ତଥା ସରପଞ୍ଚ ଓ ସମିତି ସଭ୍ୟ ଙ୍କ କାର୍ଯ୍ୟକାଳ । ଏନେଇ ବିଭିନ୍ନ ସ୍ଥାନରେ ରାଜନୀତି ପାଣିପାଗ ସରଗରମ ହେବାକୁ ଲାଗିଲାଣି । କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ସେ ନେଇ ମଧ୍ଯ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା ! ଏହି ସବୁ ଭିତରୁ ବାଦ୍ ପଡିନାହିଁ ଗଞ୍ଜାମ ଜିଲ୍ଲା ର ବେଗୁନିଆପଡ଼ା ବ୍ଲକ ଓ କୋଦଳା ଏନ୍ ଏ ସି ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଓ ୱାର୍ଡ଼ ! ସମୟର ଯେତିକି ସରି ଆସୁଛି ସେତିକି ରାଜନୀତି ପାଣିପାଗ ସରଗରମ ହେବାରେ ଲାଗିଛି । ଏନେଇ ପ୍ରାର୍ଥୀ ପାଇଁ ବିଭିନ୍ନ ରାଜନୈତିକ ଦଳ ଭିତରେ ମଧ୍ଯ ଅଣ୍ଟା ଭିଡ଼ା ଭିଡି ଆରମ୍ଭ ହେଲାଣି ବୋଲି ଆଲୋଚନା ଚାଲିଛି ! କିଛି କିଛି ପଞ୍ଚାୟତ ଏବଂ ୱାର୍ଡ଼ ରେ ମଧ୍ଯ ଏବେ ଠାରୁ ପ୍ରାର୍ଥୀ ହେବା ପାଇଁ ମନସ୍ତ କରି ନିଜ ନିଜର ସମର୍ଥକ ମାନଙ୍କୁ ଏକାଠି କରିବାକୁ ଲାଗିଲେ ଭାବି ପ୍ରାର୍ଥୀ ମାନେ । ଏ ଭିତରେ ବେଗୁନିଆପଡ଼ା ବ୍ଳକ ଓ କୋଦଳା ଏନ୍ ଏ ସି ବିଜେଡି ଦଳ ଭିତରେ ଦଳୀୟ ଗୋଷ୍ଠି କନ୍ଦଳ ଆରମ୍ଭ ହେଲାଣି ବୋଲି ଜନସାଧାରଣ ରେ ଆଲୋଚନା ଚାଲିଛି । ପଞ୍ଚାୟତ ଏବଂ ଏନ୍ ଏ ସି ନିର୍ବାଚନ ରେ ଏଥର ଗୋଟେ ଗୋଟେ ପଞ୍ଚାୟତ ଏବଂ ୱାର୍ଡ ରୁ ବହୁ ସଂଖ୍ୟକ ଆଶାୟୀ ଏଥର ପ୍ରାର୍ଥୀ ହେବା ପାଇଁ ନିଜର ସମର୍ଥକ ଙ୍କୁ ଏକାଠି କରିବାରେ ଲାଗିଲେଣି ବୋଲି ଚା ଖଟି ରେ ଆଲୋଚନା ଚାଲିଛି ! ଦେଖାଯାଉ ଆଗକୁ ରାଜନୈତିକ ରୂପରେଖ କଣ ହେଉଛି ? କୋଦଳା ଏବଂ ବେଗୁନିଆପଡ଼ା ବ୍ଳକ ଅଞ୍ଚଳର ବହୁ ବିଜେଡି ନେତା ଓ ଆଗ ଧାଡିର କର୍ମୀ, ସଂଗଠକ ଓ ଜନପ୍ରତିନିଧି ମାନେ ଦଳୀୟ ବିଭିନ୍ନ କାର୍ଯ୍ୟକ୍ରମ ରେ ମଧ୍ଯ ଯୋଗ ଦେଉନାହାଁନ୍ତି ବୋଲି ସାଧାରଣ ରେ ଆଲୋଚନା ଚାଲିଛି ।ଏଥିସହିତ କୋଦଳା ଏବଂ ବେଗୁନିଆପଡ଼ା ବ୍ଳକ ଅଞ୍ଚଳରେ ବିଜେଡି ଦଳ ଭିତରେ ଫାଟ ବଢି ତିନି ସେନା ଗଠନ ହେଲାଣି ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର୍ ଚାଲିଛି ! ନିଜ ନିଜର ସମର୍ଥକ ଙ୍କୁ ନେଇ ତିନି ସେନାର ସଂଗଠକ ମାନେ ତାଙ୍କ ନେତା ପାଇଁ ସଂଗଠନ ଜୋରଦାର୍ ଆରମ୍ଭ କଲେଣି ବୋଲି ଶୁଣିବାକୁ ମିଳୁଛି । ଦେଖା ଯାଉ ଆଗକୁ କୋଉ ପାଣି କୁଆଡେ ଯାଉଛି। ତାହା ଦେଖିବାକୁ ବାକି ରହିଲା ?

You missed