Spread the love

(ମୋ କଲେଜ ଅଭିଯାନ ପକ୍ଷରୁ ଅଭିଭାବକ ଓ ଅଧ୍ୟାପକ ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ )


ଜଗତସିଂହପୁର
ତା =28/1/23
ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ମୁଦୁପୁର ପଞ୍ଚାୟତ କାନ୍ତର ସ୍ଥିତ ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ମୋ କଲେଜ ଅଭିଯାନ ପକ୍ଷରୁ ଅଭିଭାବକ, ଅଧ୍ୟାପକ, ଅଞ୍ଚଳ ର ଜ୍ଞାନି ଗୁଣି ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ୍ୟ ଡ଼କ୍ଟର ଅଶୋକ କୁମାର ପଣ୍ଡା ଙ୍କ ଅଧକ୍ଷତାରେ ମୋ କଲେଜ ଅଭିଯାନ ସଭାପତି ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଯ୍ୟଳନ କରି ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ମୁଖ୍ୟ ବକ୍ତା ରାଜ୍ୟ ସଂସ୍କୃତ ମହାସଂଘ ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ | ସଂମ୍ମାନିତ ଅତିଥିଭାବେ ସମବାୟବିତ ଲକ୍ଷ୍ମୀ ନାରାୟଣ ସାମନ୍ତରାୟ | ଶିକ୍ଷାବିତ ଅଭୟ କୁମାର ମହାନ୍ତି | ଦୀପକ କୁମାର ସାମନ୍ତରାୟ | ସମିତି ସଭ୍ୟା ମୌସୁମୀ ବାରିକ | ବରିଷ୍ଟ ଆଇନୀଜୀବୀ ସୁର ପ୍ରସାଦ ବାରିକ ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟ ର ସାମଗ୍ରିକ ବିକାଶ ରେ ଛାତ୍ର ଅଭିଭାବକ, ପରିଚାଳନା କମିଟି ସଦସ୍ୟ, ଅଞ୍ଚଳ ର ଜ୍ଞାନି ଗୁଣି ବ୍ୟକ୍ତି ମାନଙ୍କ ସାହାଯ୍ୟ ସହଯୋଗ ରହିଲେ ମହାବିଦ୍ୟାଳୟ ର ଉତ୍ତରୋତ୍ତର ଉନ୍ନତି ହୋଇପାରିବ ବୋଲି ମତ ଦେଇଥିଲେ |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *