-( ଆଦିକବି ଶାରଳା ଦାସଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ )





ଜଗତସିଂହପୁର
ତା =28/1/23
ଜଗତସିଂହପୁର ଜିଲା ସାରସ୍ୱତ ପରିଷଦ ପକ୍ଷରୁ ସାଦେଇପୁର ସ୍ଥିତ ଭଦରେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଆଦିକବି ଶାରଳା ଦାସଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ସଭାରେ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ କହିଥିଲେ ଯେ ଆଦିକବି ଶାରଳା ଦାସ ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା ଥିଲେ।ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ଵିଜୟ କୁମାର ରଥ ତାଙ୍କ ବକ୍ତବ୍ୟରେ ଶାରଳା ଦାସଙ୍କ ମହାଭାରତ କାବ୍ୟ ଉପରେ ଆଲୋଚନା କରି ସାରଳା ମହାଭାରତ ଓଡିଆ ଜାତିର ଜୀବନ ବେଦ ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାରଣା ସାରଳା ଦାସଙ୍କ ସୃଷ୍ଟି ସମ୍ଭାର ଯୋଗୁଁ ଆମ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇପାରିଛି ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅରକ୍ଷିତ ପୃଷ୍ଟି, ଆଲୁମିନିର ବରିଷ୍ଠ ସଭ୍ୟ ଶରତ ଚନ୍ଦ୍ର ପଣ୍ଡା ଓ ପ୍ରଧାନଶିକ୍ଷକ ଉଲ୍ଲାସ ଚନ୍ଦ୍ର ରାୟ,ଶିକ୍ଷୟତ୍ରୀ ରେଣୁବାଳା ହୋତା,ମମତା ବାରିକ, ଆରତୀ ଦାସ ଓ ପ୍ରମୋଦ କୁମାର ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରି ସାରଳା ଦାସଙ୍କ ବହୁମୁଖୀ ସାରସ୍ୱତ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ସାରଳା ଦାସଙ୍କ ଉପରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ଶ୍ରୀଲକ୍ଷ୍ମୀ ଖଟୁଆ, ଦେବସ୍ମିତା ପଣ୍ଡା, ଗାୟତ୍ରୀ ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ମହାରଣା,ଆଶୁତୋଷ ପଣ୍ଡାଙ୍କୁ ପରିଷଦ ପକ୍ଷରୁ ଟ୍ରଫି ଓ ଜୀବନୀ ପୁସ୍ତକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରିଥିଲେ।ଶେଷରେ ଶିକ୍ଷକ ତ୍ରିନାଥ ରାଉତ ଧନ୍ୟବାଦ ଦେଇଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




