Spread the love

ଆସନ୍ତା ମାର୍ଚ୍ଚ ୧୫ରୁ ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ

ଢେଙ୍କାନାଳ- ୦୫.୦୨.୨୦୨୩ – ଢେଙ୍କାନାଳ ସହର ରତନ ବଜାରସ୍ଥିତ ଅର୍ଚନା ଗାର୍ଡେନ୍ ଠାରେ ଅଦ୍ୟ ଡ୍ରାଇଭର ଏକତା ମହାମଂଚ , ଓଡିଶା ତରଫରୁ ବିଭିନ୍ନ ଡ୍ରାଇଭର ସଂଗଠନମାନଙ୍କୁ ନେଇ ଡ୍ରାଇଭର ଭାଇମାନଙ୍କର ସୁରକ୍ଷା , ସମ୍ମାନ , ଅଧିକାର ପାଇଁ ବିଗତ ଦିନରେ ସରକାରଙ୍କୁ ଦାବିପତ୍ର ଦ୍ୱାରା ଜଣାଇଆସିଥିଲେ । କିନ୍ତୁ ସରକାର ବାରମ୍ବାର ସମୟ ପରେ ସମୟ ଗଡେଇବା ସହିତ କୌଣସି ସମସ୍ୟାର ସମାଧାନ ନକରିବା ହେତୁ ନିଜର ଅଧିକାର ପାଇଁ ବିଭିନ୍ନ ଡ୍ରାଇଭର ସଂଗଠନକୁ ନେଇ ଆଗାମୀ ମାର୍ଚ୍ଚ ୧୫ ତାରିଖ ଦିନ ଠାରୁ କାର୍ଯ୍ୟରୁ ନିବୃତ ରହିବା ସହିତ ଆନ୍ଦୋଳନାତ୍ମକ ପଥା ଗ୍ରହଣ କରିବେ । ଏହି ଆନ୍ଦୋଳନକୁ ତୀବ୍ରତର କରିବା ସହିତ ଓଡ଼ିଶାର ଅନେକ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ଥିବା ପ୍ରତ୍ୟେକ ଗାଡିକୁ ବନ୍ଦ କରି ଅନିର୍ଦ୍ଦିଷ୍ଟକାଳ ପାଇଁ ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ ଘୋଷଣା କରିଛନ୍ତି । ଉକ୍ତ ଦାବିପତ୍ର ପ୍ରଦାନ ବେଳେ ଓଡିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଳି , ଓଡିଶା ମୋଟର ଚାଳକ ସଂଘ ସଭାପତି ଅକ୍ଷୟ କୁମାର ନାୟକ , ଅଲ୍‌ଓଡିଶା ହେଲ୍ପ କ୍ୟାଚ୍ ନାଇଟ୍ ଗ୍ରୁପ୍ ର ସଭାପତି ପ୍ରଦୀପ କୁମାର ମହାନ୍ତି , ଅଲ୍ ଓଡିଶା ପରିବହନ ସଂଘ ସଭାପତି ଦୀପକ କୁମାର ନାୟକ ଉପସ୍ଥିତ ରହି ଡ୍ରାଇଭରମାନଙ୍କର ସମସ୍ୟା ଉପରେ ଆଲୋଚନା କରିଥିଲେ ଓ ଆଗାମୀ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି । ଏହି ବୈଠକରେ ବିଭିନ୍ନ ଅଂଚଳରୁ ଶତାଧୂକ ଡ୍ରାଇଭରମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *