ମିଶ୍ରମାଳ ଗ୍ରାମରେ ଜଳସଂଙ୍କଟ, ଯନ୍ତ୍ରଣା ଦାୟକ ହେଉଛି ପାଣି 

କେନ୍ଦୁଝର,୨୪/୩: ଜଳ ହିଁ ଜୀବନ । ଜଳ ବିନା ମଣିଷ ବଞ୍ଚି ପାରିବ ନାହିଁ । ମାତ୍ର ଦେଶ ସ୍ବାଧିନତାର ୧୯୪୭ ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତେଳା ପଞ୍ଚାୟତ ମିଶ୍ରମାଳ ଗ୍ରାମରେ ଜଳ ସଂଙ୍କଟ ଲାଗି ରହିଛି । ସରକାର କେତେ କ’ଣ ଯୋଜନା କରି ସାଧାରଣ ଲୋକଙ୍କୁ ସୁବିଧା ଯୋଗାଇ ଦେଉଥିବାବେଳେ ମିଶ୍ରମାଳ ଗ୍ରାମରେ ଆଜି ପର୍ଯ୍ୟନ୍ତ ସ୍ବଚ୍ଛଳ ଜଳ ସୁବିଧା ହୋଇ ପାରିନାହିଁ । ଫଳରେ ଏଠାରେ ବସବାସ କରୁଥିବା ପ୍ରାୟ ୩ଶହ ରୁ ଅଧିକ ଜନ ସାଧାରଣ ଙ୍କୁ ପାଣି ନିଅଣ୍ଟ ହେଉଥିବା ଦେଖିବାକୁ ମିଳିଛି । ପାଣିର ଘୋର୍ ଅଭାବ ବସୁଧା କିମ୍ବା ସଲାର୍ ଚାଳିତ ପାଣି ସୁବିଧା ନଥିବାରୁ ଘୋରଇ ରୋଷେଇ ବାସ,ମଣିଷ,ଗାଈ,ଗରୁ ଆଦି ପାଣି ଟପେ ପିଇବା ପାଇଁ ଯନ୍ତ୍ରଣା ଭଗୁଛନ୍ତି । ଏହି ସମସ୍ୟା ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ନୟାନ୍ତ ହୋଇଯାଇଥିଲେହେଁ କୈାଣସି ସୁଫଳ ମିଳୁନାହିଁ । ସମସ୍ୟା ଭିତରେ ମିଶ୍ରମାଳ ଗ୍ରାମବାସୀ କାଳତିପାତ କରୁଥିବା ଜଣାପଡିଛି । ଏଣୁ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଜିଲ୍ଲାପାଳ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି ।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ଶହ ରତି ରଞ୍ଜନ ବାରିକ୍ ଜାଗ୍ରତ ଭାରତ ନ୍ୟୁଜ୍




