Spread the love

ଆଇନ ସଚେତନତା ଶିବିର ଅନୁଷ୍ଠିତ

ପ୍ଲାଷ୍ଟିକ ବାସନା ଛାଡି ତମ୍ବା ବାସନା ବ୍ୟବହାର ନେଇ ବାର୍ତ୍ତା ଦେଲେ ବିଚାରପତି

ରବିବାର ଦିନ ଜେ ଏମ୍ ଏଫ୍ ସି କୋଟ୍ ର ତାଲୁକା ଆଇନ୍ ସେବା କମିଟି ଆନୁକୁଲ୍ୟରେ ବଅଁରପାଳ ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭା ଗୃହରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଚାରପତି ତଥା ତାଲୁକା ଆଇନ୍ ସେବା କମିଟିର ଅଧ୍ୟକ୍ଷ୍ୟା ଶ୍ରୀମତୀ ଶ୍ରୀଷ୍ଟି ସାମନ୍ତ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଥିବା ସମସ୍ତ ଆଇନ ସେବା ଓ ଅଧିକାର ସହ କଠିନ ବର୍ଜ୍ୟବସ୍ତୁ କିପରି ପରିଚାଳନା କରାଯାଏ ତାହା ନିଜର ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ଥିବା ବରିଷ୍ଠ ନାଗରିକ ମାନଙ୍କୁ ସଚେତନତା କରାଇଥିଲେ। ସ୍ତାନୀୟ ବରିଷ୍ଠ ଆଇନ୍ ଜୀବୀ ତଥା ତାଲୁକା ଆଇନ୍ ସେବା କମିଟିର ସଦସ୍ୟ ହେମନ୍ତ କୁମାର ସାହୁ ଆଲୋଚନା ଚକ୍ର ବିଷୟ କଠିନ ବର୍ଜ୍ୟବସ୍ତୁ ର ପରିଚାଳନା କରିଲେ କିପରି ପ୍ରଦୂଷଣ ମୁକ୍ତ ଜୀବନ ଯାପନ କରି ଆଗାମୀ ଯୁବ ପିଢ଼ିଙ୍କୁ ସଚେତନତା କରାଇ ପାରିବ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ନାଗରିକ ସଂଘର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଭାସ୍କର ଚନ୍ଦ୍ର ବେହେରା ଅତିଥି ପରିଚୟ ସହ ଆଇନ୍ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହେବାର ଉଦ୍ଦେଶ୍ଯ ସମ୍ପର୍କରେ ଆଲୋଚନା କରି ସ୍ଵାଗତ ଭାଷଣ ରଖିଥିଲେ। ବରିଷ୍ଠ ନାଗରିକ ସଂଘର ସଭାପତି ପିତାମ୍ବର ସାହୁ ସଭାପତିତ୍ଵ କରିଥିବା ବେଳେ ଅନ୍ୟତମ ଉପଦେଷ୍ଟା ଶିବ ଚରଣ ସେଠୀ ଧନ୍ଯବାଦ୍ ଅର୍ପଣ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ ଶିବିରରେ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ସହ ଅଞ୍ଚଳର ବହୁ ବରିଷ୍ଠ ନାଗରିକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *

You missed