ବାଲିଗୁଡା ବିଜୁଳି ବିଭାଗ ଘେରାଉ କଲେ ଦୁଇ ପଞ୍ଚାୟତ ଗ୍ରାମବାସୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ବାରମ୍ବାର ଅଘୋଷିତ ବିଜୁଳି କାଟ ଏବଂ ଲୋ ଭୋଟେଜ ସମସ୍ୟାକୁ ନେଇ ଦୁଇ ପଞ୍ଚାୟତର ଉଭୟ ମହିଳା ଓ ପୁରୁଷ ଘେରାଉ କଲେ ବାଲିଗୁଡାର ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟ । ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ ବାଲିଗୁଡା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲଣ୍ଡାଗାଁ ଓ ଖମନଖୋଲ ପଞ୍ଚାୟତରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେବା ସହ ଲୋ ଭୋଲଟେଜ ସମସ୍ୟା ରହୁଛି ଏହା ଦିନେ ନୁହଁକି ଦୁଇଦିନ ନୁହଁ ୪ ମାସ ଧରି ଏହି ସମସ୍ୟା ଲାଗି ରହିଛି, ଯାହା ଫଳରେ ଏହି ଦୁଇଟି ପଞ୍ଚାୟତର ଅଂଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ବିଶେଷକରି ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ବାଧା ଉପୁଜୁଛି । ଏହି ବିଦ୍ୟୁତ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ କହିବା ସହ ଏହାର କିଛି କାର୍ଯ୍ୟକାରୀ କରା ନ ଯାଏ ତେବେ ଆଗମୀ ଦିନରେ ଅଞ୍ଚଳ ବାସୀ ରାଜରାସ୍ତା କୁ ଓଲ୍ହାଇବା ସହ କାର୍ଯ୍ୟାଳୟକୁ ତାଲା ପକାଇ ପ୍ରତିବାଦ କରିବାକୁ କହିଛନ୍ତି । ଏ ନେଇ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ କହିଛନ୍ତି ଯେ ସେଇପଟ ଲାଇନରେ ବର୍ଷା ଯୋଗୁଁ ବିଭିନ୍ନ ପ୍ରକାର ବିଦ୍ୟୁତ ସମସ୍ୟା ଦେଖାଦେଉଛି । ଏହି ସମସ୍ୟା ତୁରନ୍ତ ସମାଧାନ କରିବୁ ବୋଲି କହିଛନ୍ତି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


