Spread the love

( ବାପର ତେଣ୍ଟା ମାଡ଼ରେ ମଝିଆ ପୁଅ ମୃତ)
ଜଗତସିଂହପୁର
ତା =20/7/23

ପାରିବାରିକ କଲହକୁ କେନ୍ଦ୍ର କରି ବାପା, ପୁଅ ମଧ୍ୟ୍ୟ ରେ ବଚସା ଏବଂ ପରେ ମାଡ଼ ପିଟ |ଏହି ଘଟଣାରେ ଉତକ୍ଷିପ୍ତ ହୋଇ ବାପା ର ଟେଣ୍ଟା ମାଡ଼ରେ ପୁଅ ର ମୃତ୍ୟୁ | ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ରାଇବରାଇ ରାଇଦଣ୍ଡା ଗ୍ରାମରେ | ସେହି ଗ୍ରାମର ସୁଦର୍ଶନ ଭୋଇ ଙ୍କ କୁକୁଡ଼ାକୁ କଟାସ ନେଇଯିବାରୁ ସୁଦର୍ଶନ ରାଗିଯାଇ ମାକୁ ମାଡ ମରିଥିଲା।ପରେ ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ମାକୁ ମାଡ଼ ମାରି ରକ୍ତାକ୍ତ କରିବା ସମୟରେ ମଝିଆ ପୁଅ ପ୍ରତିବାଦ କରିଥିଲା।ନିଶାସକ୍ତ ମଝିଆ ପୁଅ ମା ଉପରେ ଏଭଳି ଅତ୍ୟାଚାରକୁ ସହି ନପାରି ବାପା ରାଗରେ ଘରୁ ତେଣ୍ଟା ଆଣି ପୁଅର ବେକକୁ ଭୂଷି ଦେଇଥିଲା।ଗୁରୁତର ଅବସ୍ଥାରେ ପୁଅକୁ ଚିକିତ୍ସା ପାଇଁ ବଡପୁଅ ଜଗତସିଂହପୁର ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ ।ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।ମୃତ ଶରୀରକୁ ପରିବାର ଲୋକେ ଘରକୁ ନେଇ ଶବ ସତ୍କାର କରିବାକୁ ଯିବା ବେଳେ ମୃତ ଦିଲ୍ଲୀପ ର ଶଶୁର ବିରୋଧ କରି ଥାନାକୁ ଖବର ଦେଇଥିଲେ।ବିଳମ୍ବିତ ରାତିରେ ସଦର ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ବାପାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ତେବେ ଏଠୀ ପ୍ରଶ୍ନ ଉଠୁଛି। ଏଭଳି ଏକ ହତ୍ୟା ଘଟଣାରେ ମୃତ ଶରୀରକୁ ମେଡିକାଲ ଫାଣ୍ଡିରେ ଡାକ୍ତର ନ ଜଣାଇ ପରିବାର ଲୋକଙ୍କୁ ହସ୍ତାନ୍ତର କଲା କିଭଳି। ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଫାଣ୍ଡି ଥିବା ବେଳେ ଫାଣ୍ଡି କର୍ମଚାରୀ ମାନେ ଜାଣି ପାରିଲିନି କିଭଳି ଏହାର ତଦନ୍ତ କରିବା ନିହାତି ଜରୁରୀ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

You missed