Spread the love

(-ଶ୍ରୀ ଜଗନ୍ନାଥ ସେନାକୁ ସ୍ବାଗତ, ସମର୍ଥନ ଓ ସମ୍ବର୍ଦ୍ଧନା କଲା ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ)
ଜଗତସିଂହପୁର
ତା =19/9/23

ଶ୍ରୀ ଜଗନ୍ନାଥଙ୍କ କୋହିନୁର ହୀରା ବ୍ରିଟିଶ ସଂଗ୍ରହାଳୟ ରେ ଅନେକ ଦିନରୁ ଅଛି, ସ୍ବାଧୀନତା ର ପରବର୍ତ୍ତୀ ସମୟରେ ଏହାକୁ ଫେରାଇ ଆଣିବାପାଇଁ କୌଣସି ପ୍ରକାର ସରକାରୀ ଉଦ୍ୟମ ଏ ପର୍ଯ୍ୟନ୍ତ କରାଯାଇନାହିଁ, ଉକ୍ତ ହୀରା କୁ ଫେରାଇ ଆଣିବାପାଇଁ ଡେରିରେ ହେଲେ ମଧ୍ୟ ଶ୍ରୀ ଜଗନ୍ନାଥ ସେନା ର ଆବାହକ ଆଡଭୋକେଟ୍ ପ୍ରିୟ ଦର୍ଶନ ପଟ୍ଟନାୟକ ପ୍ରୟାସ ଆରମ୍ଭ କରିଛନ୍ତି ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ଇଂଲଣ୍ଡ ର ପ୍ରଧାନମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି, ମହାପ୍ରଭୁ ଙ୍କ ନିରନ୍ତର ସେବକ ହିସାବରେ ପ୍ରିୟ ଦର୍ଶନ କାମକରୁଥିବା ରୁ ଶ୍ର ଜଗନ୍ନାଥ ସେନା ସୁରକ୍ଷା ଅଭିଯାନ ତରଫରୁ ଶ୍ରୀମନ୍ଦିର ସିଂହଦ୍ଵାରଠାରେ ତାଙ୍କୁ ସ୍ବାଗତ, ସମର୍ଥନ ଓ କରାଯାଇଛି, ଏହି ମର୍ମରେ ଅଭିଯାନ ର ପ୍ରତିନିଧି ସରୋଜ ନାୟକ, ଡ଼ ଧୃତିଧର ଦାସ, ଯୋଗେନ୍ଦ୍ର ଦାସ,ପ୍ରଦିପ୍ତ କୁମାର ସ୍ବାଇଁ, ସାମ୍ବାଦିକ ନୃସିଂହ ଚରଣ ବାରିକ୍, ପ୍ରିୟ ଦର୍ଶନ ଙ୍କୁ ଫୁଲମାଳ ଓ ଉଭରୀ ପ୍ରଦାନ କରି ତାଙ୍କୁ ଆର୍ଶୀବାଦ ପ୍ରଦାନ କରିବା ପାଇଁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ନିବେଦନ କରିଥିଲେ, ଶ୍ରୀ ଜଗନ୍ନାଥ ସଂସ୍କୃତି ରେ ବିଷର ମହାନ୍ତି ଙ୍କ ଅମୂଲ୍ୟ ଅବଦାନକୁ ଉଦ୍ବିବିତ କରିବା ପାଇଁ ପ୍ରସ୍ତାବିତ ମୃଦଙ୍ଗ ଶୋଭାଯାତ୍ରା କୁ ସଫଳ କରିବାପାଇଁ ଦାୟିତ୍ଵ ନେଇଥିବା ଶ୍ରୀ ଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନର ରାଜ୍ୟ ସଭାପତି ବଦ୍ରିମିଶ୍ର ଙ୍କୁ ଚେତନା ସୁରକ୍ଷା ଅଭିଯାନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା, ରତ୍ନ ଭଣ୍ଡାର ଖୋଲିବା, ଶ୍ରୀ ମନ୍ଦିର ଚାରିଦ୍ବାର ଖୋଲିବା,ଓ ଅନ୍ୟାନ୍ୟ ଦାବିରେ ୩ ତାରିଖ ରେ ହେବାକୁ ଥିବା ଓଡିଶା ବନ୍ଦକୁ ସଫଳ କରିବାପାଇଁ ଅଂଶଗ୍ରହଣ କାରିମାନେ ମହାପ୍ରଭୁଙ୍କୁ ମାନୁଥିବା ଓଡ଼ିଶା ବାସୀଙ୍କୁ ନିବେଦନ କରିଥିଲେ, କାର୍ଯ୍ୟକ୍ରମ କୁ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନର ସଂଯୋଜକ ସରୋଜ ନାୟକ ସଂଯୋଜନା କରିଥିଲେ,|
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

You missed