Spread the love

ମାନସିକ ସ୍ୱାସ୍ଥ୍ୟ ଦିବସ-୨୦୨୩ ‘ ପାଳିତ

 

 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ଦିବସ-୨୦୨୩ ‘ ପାଳିତ ହୋଇଯାଇଛି । ପ୍ରଥମେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଗୀମାନଂକ ସ୍ବାସ୍ଥ୍ୟ ଅବସ୍ଥା ପଚାରିବା ସହ ଫଳ ବଣ୍ଟନ କରିଥିଲେ । ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡ.ଶିବାନନ୍ଦ ମହାନ୍ତି,ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତୀ ରଞ୍ଜିତା ଜ୍ୟୋତିଷ,ଫ୍ୟାମିଲ କୋର୍ଟ ଜଜ୍ ଶ୍ରୀ ସଦାଶିବ ଜେନା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଇନ୍ଦିରା ପ୍ରିୟଦର୍ଶନୀ, ଜିଲ୍ଲା ଆଇନ୍ ସହାୟତା ପ୍ରାଧିକରଣ ସଚିବ ଶ୍ରୀ କମଳାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପରେ ପରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ । ମୁଖ୍ୟ ଅତିଥ୍ୟ ଭାବେ ଯୋଗ ଦେଇ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସର ପାଳନର ଆବଶ୍ୟକତା ଓ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମାନସିକ ରୋଗ ବିଶେଷଜ୍ଞ ଡ.ରଶ୍ମିତା ଭଞ୍ଜଦେଓ ମାନସିକ ଚାପର ଲକ୍ଷଣ ଓ ନିରାକରଣ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ । ମାନସିକ ରୋଗର ଲକ୍ଷଣ ଯେପରି ବହୁ ଦିନ ଧରି ରାତିରେ ନିଦ ନ ହେବା, ମନରେ ଅତ୍ୟଧିକ ଭୟ ଲାଗି ରହିବା, ଅନ୍ୟକୁ ସନ୍ଦେହ କରିବା, ହଠାତ୍ ରାଗିଯିବା,ଅତ୍ୟଧିକ ଦୁଃଖ ଅନୁଭବ କରିବା, ମୌନ ରହିବା, ଅନ୍ୟ ମନସ୍କ ରହିବା, ବାରମ୍ବାର ଗୋଟିଏ କାମକୁ କରିବା, ହତାଶ ଅନୁଭବ କରିବା ଓ ଶେଷରେ ଆତ୍ମହତ୍ୟା ଭାବନା ମନରେ ଆସିବା ଇତ୍ୟାଦି ଯଦି କୌଣସି ବ୍ୟକ୍ତି ପାଖରେ ଦେଖାଯାଏ ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରର ପରାମର୍ଶ ନେବା ପାଇଁ ଗୁରୁତ୍ବାରୋପ କରିଥିଲେ । ସମସ୍ତ ଚିକିତ୍ସାଳୟରେ ବିନା ମୂଲ୍ୟରେ ମାନସିକ ରୋଗୀମାନଂକ ପାଇଁ ଔଷଧ ଉପଲବଧ ଅଛି ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ହୋଇଥ‌ିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଂକୁ ମୁଖ୍ୟ ଅତିଥୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ବିଶ୍ବ ବିହାରି ମହାନ୍ତି, ଡି ଏମ୍ ଓ ଡ. ମାନସ ରଞ୍ଜନ ବିଶ୍ବାଳଙ୍କ ସମେତ ଆଶା,ନସିଂ ଛାତ୍ରୀ ଓ ପାରାମେଡିକାଲ ଷ୍ଟାପ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ଭରତ କୁମାର ସାହୁ ସଂଯୋଜନା କରିଥିଲେ ।

 

 

 

 

Leave a Reply

Your email address will not be published. Required fields are marked *

You missed