Spread the love

ବାବା ଗୋରେଖନାଥ ମନ୍ଦିର ଭୋଗ ଦୋକାନ କୁ କଳା ତାଲିକା ଭୁକ୍ତ କରିବାକୁ ଉପଭୋକ୍ତା ସୁରକ୍ଷା ଅଭିଯାନ ପକ୍ଷରୁ ଦେବୋତର ବିଭାଗ କମିଶନ ଙ୍କୁ ଦାବିପତ୍ର ପ୍ରଦାନ

ଜଗତସିଂହପୁର ତା =4/11/24 ଦେବୋତର ବିଭାଗ ଦ୍ୱାରା ପରିଚାଳିତ ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ବ୍ଲକ ଛପଡା ସ୍ଥିତ ବାବା ଗୋରେଖନାଥ ଙ୍କ ପୀଠ ସମଗ୍ର ରାଜ୍ୟ ରେ ପ୍ରସିଦ୍ଧି ଲାଭ କରିଛି |ଏହି ପୀଠ କୁ ଦୈନଦିନ ହଜାର ହଜାର ଭକ୍ତ ମନସ୍କାମନା ପୂର୍ଣ୍ଣ ନିମନ୍ତେ ବାବା ଗୋରେଖନାଥ ଙ୍କ ଦର୍ଶନ କରିବା ସହିତ ଭୋଗରାଗ କରିଥାନ୍ତି | ହେଲେ ଅଗଣିତ ଭକ୍ତମାନଙ୍କଐଶ୍ଵରିକ ଭାବନାକୁ ନେଇ ଭୋଗ ଦୋକାନୀ ଭକ୍ତ ମାନଙ୍କୁ ଠକି ଚାଲିଥିବା ଉପଭୋକ୍ତା ସୁରକ୍ଷା କର୍ମୀ ଗୋବିନ୍ଦ ଓଝା ଦେବୋତର ବିଭାଗ କମିଶନ ଙ୍କ ନିକଟରେ ଅଭିଯୋଗ କରିଛନ୍ତି | ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଭୋଗ ଦୋକାନ 49ଲକ୍ଷ୍ୟ 90ହଜାର ଟଙ୍କା ରେ ନିଲାମ କରାଯାଇଥିଲା | ଭୋଗକୁ ଆକର୍ଷଣୀୟ କରିବା ନିମନ୍ତେ ନିଲାମ ଧାରି ଭୋଗ ସାମଗ୍ରୀ ରେ ରାସାୟନିକ ରଙ୍ଗ ପ୍ରୟୋଗ କରିବା | ବଜାର ଦର ଠାରୁ ଭୋଗ ର ମୂଲ୍ୟ ବୃଦ୍ଧି କରିବା ସହିତ ପରିମାଣ କମ ଦେବା | ବାସୀ ଭୋଗ ରଖି ବିକ୍ରି କରିବା | ଉପଭୋକ୍ତା ମାନଙ୍କୁ ରସିଦ ନଦେବା |ଭୋଗର ତାଲିକା ଓ ମୂଲ୍ୟ ସୂଚନା ପ୍ରଦାନ ନକରିବା ଆଦି ଅନୈତିକ କାର୍ଯ୍ୟକରି ଅଗଣିତ ଭକ୍ତ ମାନଙ୍କୁ ଠକୁ ଥିବା ଭୋଗ ଦୋକାନୀ କୁ କଳା ତାଲିକାଭୁକ୍ତ କରିବାକୁ ଉପଭୋକ୍ତା ସୁରକ୍ଷା ଅଭିଜାନ ରାଜ୍ୟ ସମ୍ପାଦକ ଗୋବିନ୍ଦ ଓଝା ରାଜ୍ୟ ଦେବୋତର ବିଭାଗ କମିଶନ ଙ୍କ ନିକଟରେ ଅଭିଯୋଗ କରିଛନ୍ତି |ଅପର ପକ୍ଷରେ ଭୋଗ ଦୋକାନୀ ସବୁ ଠିକ ଠାକ ଚାଲିଛି ବୋଲି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ହେଲେ ଦେବୋତର ବିଭାଗ ଅଭିଯୋଗ ପାଇଁ ନିରବଦ୍ରଷ୍ଟା ସାଜିବା ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

You missed