Spread the love

ଭୂବନେଶ୍ବର: ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରୁ ପବନ ଉପକୂଳ ମୁହାଁଇଥିବା ବେଳେ ଏବେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ରାଜ୍ୟରେ ପରବର୍ତ୍ତୀ ୩ ଦିନରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା ରହିଛି। ୬ରୁ ପୁଣି ଖସିବ ତାପମାତ୍ରା ଆଉ ବଢ଼ିବ ଶୀତ।

ଦୁଇ ଦିନ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବ। ୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗଡ଼ା, ବରଗଡ଼ ଏବଂ ୯ ତାରିଖରେ ଆଭ୍ୟନ୍ତରୀଣ ଓଡିଶା ସମେତ ଗଜପତି ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।ତେବେ ୬, ୭ ଓ ୧୦ରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଗତ ୨୪ ଘଣ୍ଟାରେ କୋରାପୁଟ ବୋରିଗୁମ୍ମାରେ ସର୍ବାଧିକ ବର୍ଷା ୬୫.୪ ମିମି ବର୍ଷା ରେକର୍ଡ ହୋଇଛି। କୋଟପାଡରେ ୭.୮, କୋରାପୁଟରେ ୬, ମାଲକାନଗିରିରେ ୫.୨, ମିମି ବର୍ଷା ରେକର୍ଡ଼ ହୋଇଛି। ଦୁଇ ଦିନ ହେବ ରାଜ୍ୟର ସବୁ ଅଞ୍ଚଳର ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା।

Leave a Reply

Your email address will not be published. Required fields are marked *